କାହିଁକି ଅତିକ ଅହମ୍ମଦ ଓ ଅସରଫକୁ ମାରିଲେ ହତ୍ୟାକାରୀ । ପଚରାଉଚୁରା ବେଳେ ସତ ଉଗାରିଲେ ଅଭିଯୁକ୍ତ । କହିଲା, ବଡ ଡନ୍ ବନିବାକୁ ଚାହୁଁଥିଲା

586

କନକ ବ୍ୟୁରୋ: ମାଫିଆ ଡନ୍ ଅତିକ ଓ ଅସରଫଙ୍କୁ ତିନି ଯୁବକ କାହିଁକି ମାରିଲେ? ଏହା ଯୋଗୀ ସରକାର, ୟୁପି ପୋଲିସ ସହାୟତାରେ ତିନି ଯୁବକଙ୍କ ଯୋଜନାବଦ୍ଧ ହତ୍ୟାକାଣ୍ଡ କି ଆଉ କିଛି କାରଣ ରହିଛି ତାହା ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି । କିନ୍ତୁ ପ୍ରାଥମିକ ଭାବେ ସାମନାକୁ ଆସିଥିବା ଏକ ତଥ୍ୟ ଚମକାଇ ଦେବା ଭଳି ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ପୋଲିସ ପଚରାଉଚୁରା କରିବା ସମୟରେ ଅଭିଯୁକ୍ତମାନେ କହିଛନ୍ତି, ସେମାନେ ବଡ ମାଫିଆ ବା ଡନ୍ ବନିବା ଚାହୁଁଥିଲେ । ସେଥିପାଇଁ ଏହି ହତ୍ୟାକାଣ୍ଡ ଘଟାଇଛନ୍ତି । ଆଉ କେତେ ଦିନ ଛୋଟ ମୋଟ ସୁଟର ହୋଇ ରହିବେ, ବଡ ମାଫିଆ ହେବାର ଥିଲା, ତେଣୁ ଅତିକ୍ ଓ ଅସରଫଙ୍କୁ ହତ୍ୟା କରିଛନ୍ତି । ତେବେ ଅଭିଯୁକ୍ତଙ୍କ କଥାରେ କେତେ ସତ୍ୟତା ରହିଛି ତାର ତଦନ୍ତ ଜାରି ରଖିଛି ପୋଲିସ । ଅନ୍ୟପଟେ ଅଭିଯୁକ୍ତମାନଙ୍କର ଅପରାଧ ସମ୍ପର୍କୀତ ତଥ୍ୟ ଯୋଗାଡ କରୁଛି ପୋଲିସ ।