କେବେ ବାହା ହେବେ ଦୂତୀ ଚାନ୍ଦ ? କନକ ନ୍ୟୁଜକୁ କହିଲେ…

233

କନକ ବ୍ୟୁରୋ : କେବେ ବିବାହ କରିବେ ଆଥଲେଟ୍ ଦୂତୀ ଚାନ୍ଦ । ଅନେକ ଖେଳପ୍ରେମୀଙ୍କ ମନରେ ଏ ନେଇ ଦୀର୍ଘଦିନ ହେଲା ପ୍ରଶ୍ନ ଉଙ୍କି ମାରୁଛି । ତେବେ କନକ ନ୍ୟୁଜକୁ ଦୂତୀ କହିଛନ୍ତି, ସେ ଜଣଙ୍କ ସହିତ ରିଲେସିନସିପରେ ଅଛନ୍ତି । ଖେଳ କ୍ୟାରିୟର ଆଉ ଦୁଇ-ତିନି ବର୍ଷରେ ସରିଯିବ । ଆଉ ତା ପରେ ସେ ବିବାହ ବିଷୟରେ ଚିନ୍ତା କରିବେ ।

୨୦୨୪ରେ ଦୂତୀ ଅବସର ପାଇଁ ଚିନ୍ତା କରିଥିଲେ । ବିଶେଷକରି ପ୍ୟାରିସ ଅଲମ୍ପିକ୍ସ ପରେ ସେ ଏ ନେଇ ଭାବିଥିଲେ । କିନ୍ତୁ ବର୍ତ୍ତମାନ ବାସନ୍ଦ ଯୋଗୁଁ ମାମଲା ଚାଲିଛି । ଆଉ ଯଦି ବାସନ୍ଦ ହଟେ ତା ହେଲେ ପ୍ୟାରିସ ଅଲିମ୍ପିକ୍ସ ପରେ ସେ ବିବାହ କରିବେ । ଏଥିପାଇଁ ତାଙ୍କ ପାର୍ଟନରଙ୍କ ଘର ଲୋକ ରାଜି ବୋଲି କହିଛନ୍ତି ଦୂତୀ ଚାନ୍ଦ । ଦୂତୀ ଚାନ୍ଦ ନିଜ ଗାଁର ଜଣେ ଝିଅଙ୍କ ସହ ରିଲେସନସିପରେ ଅଛନ୍ତି ।