ଧସୁଛି ଅତଡ଼ା, ଭୟ ଭିତରେ ଦଶରଥପୁର ବାସିନ୍ଦା : ବାଉଁଶ, ବାଲି ବସ୍ତା ପକାଇ ଘଳିଆ ରୋକିବାକୁ ପ୍ରୟାସ

203

କନକ ବ୍ୟୁରୋ : ଗୋଟିଏ ପଟେ ନଦୀ ବନ୍ଧର ଅତଡ଼ା ଖସୁଛି , ଆଉ ଅନ୍ୟପଟେ ବନ୍ଧକୁ ସୁରକ୍ଷା ଦେବାକୁ ଉଦ୍ୟମ ଚାଲିଛି । ଯାଜପୁର ଜିଲ୍ଲା ଦଶରଥପୁରରେ ବୈତରଣୀ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ନଦୀରେ ଜଳପ୍ରବାହ ଅଧିକ ଥିବାରୁ କମାରଡ଼ିହ ପଞ୍ଚାୟତ ବଳରାମପୁରଠାରେ ନଦୀବନ୍ଧ ଧସିବାରେ ଲାଗିଛି । ଅତଡ଼ା ଖସି ନଦୀ ଗର୍ଭରେ ଲୀନ ହେଉଛି । ପ୍ରାୟ ୨ଶହ ମିଟର ଧସିଯିବା ପରେ ଅବଶିଷ୍ଟ ବନ୍ଧକୁ ସୁରକ୍ଷା ଦେବାକୁ ଗାଁ ଲୋକମାନେ ସୁରକ୍ଷା ଦେବାକୁ ଉଦ୍ୟମ ଚଳାଇଛନ୍ତି ।

ପାଲ ଢ଼ାଙ୍କିବା ଠାରୁ ଆରମ୍ଭ କରି ବାଲିବସ୍ତା ପକାଇବା ଆଦି କାମ କରାଯାଉଛି । ତେବେ ୧ କିଲୋମିଟର ପର୍ଯ୍ୟନ୍ତ ବନ୍ଧ ଫାଟି ଆଁ କରିଥିବାରୁ ନଦୀକୁଳିଆ ଲୋକେ ଭୟଭୀତ ଅଛନ୍ତି । ଅନ୍ୟପଟେ ମଝିରେ ମଝିରେ ବର୍ଷା ସ୍ଥିତିକୁ ଆହୁରି ଖରାପ କରି ପକାଉଛି । ମରାମତି ସମୟରେ ବର୍ଷା ଯୋଗୁଁ କାର୍ଯ୍ୟରେ ବାଧାପ୍ରାପ୍ତ ହେଉଛି । ଯଦି ଅଧିକ ବର୍ଷା ହୁଏ ତେବେ ଏହି ନଦୀବନ୍ଧ ଅଧିକ ଭାଙ୍ଗିବା ଆଶଙ୍କା ବଢ଼ିଛି ।