ସ୍ୱାଭାବିକ ହେଲା ଗୃହ କାର୍ଯ୍ୟ : ବୃହତର ସ୍ୱାର୍ଥ ଦୃଷ୍ଟିରୁ ସହଯୋଗ କରିବାକୁ ବିରୋଧୀଙ୍କ ପ୍ରତିଶ୍ରୁତି

42

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଚିଟଫଣ୍ଡ କମିସନଙ୍କ ବିବାଦୀୟ ବୟାନ ପ୍ରସଙ୍ଗରେ ହୁଲସ୍ତୁଲ ବିଧାନସଭା । ମୁଲତବୀ ପରେ ଗୃହ କାର୍ଯ୍ୟ ସ୍ୱଭାବିକ ହୋଇଛି । ଗୃହରେ ବିବୃତି ଦାବି କରିଛି ବିରୋଧୀ । ବୃହତର ସ୍ୱାର୍ଥ ଦୃଷ୍ଟିରୁ ଗୃହ କାର୍ଯ୍ୟରେ ଆଜି ସହଯୋଗ କରିବୁ ବୋଲି ବିରୋଧୀ କହିଛନ୍ତି । ଆଜିର ବିଧାନସଭା କାର୍ଯ୍ୟକ୍ରମ ଆରମ୍ଭରୁ ବିରୋଧୀ ଚିଟଫଣ୍ଡ କମିସନଙ୍କ ବହିଷ୍କାର ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିଲେ । ଜଷ୍ଟିସ ଏମଏମ ଦାସଙ୍କ ବହିଷ୍କାର ଦାବି ଜିଦରେ ଅଟଳ ବିରୋଧୀ । ବିରୋଧୀ ଦଳ ସଦସ୍ୟ ଗୃହର ମଧ୍ୟ ଭାଗରେ ହଟଗୋଳ କରିଥିଲେ, ଫଳରେ ଗୃହକୁ ବାରମ୍ବାର ମୁଲତବର କରାଯାଇଥିଲା । ପ୍ରଥମେ ଗୃହକୁ ଦିନ ସାଢେ ୧୧ ଟା ଓ ପରେ ସାଢେ ୧୨ଟା ଯାଏଁ ମୁଲତବୀ କରାଯାଇଥିଲା । ପୁଣି  ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲେ ସୁଦ୍ଧା ସେହି ପ୍ରସଙ୍ଗକୁ ଦୋହରାଇ ଥିଲେ ବିରୋଧୀ । ଫଳରେ ପୁନର୍ବାର ଗୃହକୁ ଦିନ ୩ଟା ଯାଏଁ ମୁଲତବୀ କରାଯାଇଥିଲା ।