ଆସାମରେ ଲଗାଣ ବର୍ଷା ପରେ ପ୍ରଳୟଙ୍କାରୀ ବନ୍ୟା । ପାଣି ଭିତରେ ବୁଡି ରହିଛି ୪୪୪ ଗାଁ

140

କନକ ବ୍ୟୁରୋ : ଯୁଆଡ଼େ ଚାହିଁବ ସିଆଡେ ପାଣି ଆଉ ପାଣି । ରାସ୍ତାଘାଟ, ଘରବାଡ଼ି, ଦୋକାନ ବଜାର ସବୁଆଡ଼େ ଜଳମଗ୍ନ । ବନ୍ୟା ଓ ଭୂସ୍ଖଳନରେ ଆସାମର ସ୍ଥିତି ସାଂଘାତିକ ହୋଇପଡ଼ିଛି । ପାଣି ଘେରରେ ରହିଛି ହଜାର ହଜାର ହେକ୍ଟର ଅଂଚଳ । ଏହା ସହ ବନ୍ୟା ଯୋଗୁଁ କ୍ଷେତଗୁଡ଼ିକରେ ବନ୍ୟା ଜଳ ପଶି ଫସଲ ନଷ୍ଟ ହୋଇଯାଇଛି । ପ୍ରବଳ ବର୍ଷାକୁ ବନ୍ୟା ଜଳ ବଢୁଥିବାବେଳେ ବ୍ରହ୍ମପୁତ୍ର ନଦୀ ଓ ଶାଖା ନଦୀଗୁଡ଼ିକ ଫୁଲିବାରରେ ଲାଗିଛି । ଫଳରେ ଚିନ୍ତାରେ ପଡ଼ିଯାଇଛନ୍ତି ଆସାମବାସୀ । ବନ୍ୟା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ରାଜ୍ୟର ୧୫ ଜିଲ୍ଲାର ପାଖାପାଖି ୩୪ ହଜାର ଲୋକ ପାଣି ଘେରରେ ରହିଛନ୍ତି । ଜଳସ୍ତର ବଢ଼ୁଥିବାବେଳେ ଲୋକଙ୍କ ଭୟ ମଧ୍ୟ ସେହିମାତ୍ରାରେ ବଢ଼ିବାରେ ଲାଗିଛି । ପ୍ରବଳ ବର୍ଷା ଚିନ୍ତା ବଢ଼ାଇଥିବାବେଳେ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇ ସ୍ଥାନୀୟ ବାସିନ୍ଦାଙ୍କ ଡ଼ରକୁ ଦ୍ୱିଗୁଣିତ କରିଦେଉଛି । ଆସାମର ଧେମାଜୀ, ଧୁବରୀ, ଡିବ୍ରୁଗଡ଼, କୋକରାଝାର, ଲଖିମପୁର, ନଲବାଡ଼ୀ, ସୋନିତପୁର ଓ ଉଦଲଗୁଡ଼ି ଜିଲ୍ଲାରେ ବନ୍ୟା ଯୋଗୁଁ ପ୍ରାୟ ୩୦ ହଜାର ୭ ଶହରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ତେବେ ସବୁଠୁ ଅଧିକ ଲଖିମପୁର ଜିଲ୍ଲା ପ୍ରଭାବିତ ହୋଇଛି ।ଯେଉଁଠି ୨୨ହଜାରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି ।

ଆସାମର ବିଭିନ୍ନ ଅଂଚଳରେ ବନ୍ୟା ଯୋଗୁଁ ସ୍ଥିତି ସଙ୍ଗୀନ ହୋଇପଡ଼ିଛି । ଲୋକମାନେ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଥିବାବେଳେ ବିଦ୍ୟୁତ ସରବରାହ ମଧ୍ୟ ବନ୍ଦ କରାଯାଇଛି । ତେବେ ସାଂଘାତିକ ବନ୍ୟା ପରିସ୍ଥିତି ଦେଖାଦେଇଥିବାବେଳେ ସୋମବାର ୨୪ ଘଂଟା ପାଇଁ ରେର୍ଡ଼ ଅଲର୍ଟ ଜାରି କରାଯାଇଥିବାବେଳେ ଆଗାମୀ ଦୁଇଦିନ ପାଇଁ ଅରେଂଜ ଅଲର୍ଟ ଜାରି କରାଯାଇଛି  । ଓ ଗୁରୁବାର ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସ୍ଥାନୀୟ ଲୋକମାନେ ମଧ୍ୟ ପରସ୍ପରକୁ ସହଯୋଗ କରିବାରେ ଲାଗିପଡ଼ିଛନ୍ତି । ପ୍ରଶାସନ ପକ୍ଷରୁ ସାତଟି ଜିଲ୍ଲାରେ ୨୫ଟି ଆଶ୍ରୟ କେନ୍ଦ୍ର କରାଯାଇଛି । ଏନଡ଼ିଆରଏଫ ଓ ଏସଡ଼ିଆରଏଫ ଟିମ ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ସେହିପରି ସିକିମରେ ମଧ୍ୟ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଭଳି ପରିସ୍ଥିତି ଦେଖାଦେଇଛି । କିଛି ସ୍ଥାନରେ ପୋଲ ଭାଙ୍ଗିଯିବା ଯୋଗୁଁ ଯାତାୟତରେ ଅସୁବିଧା ହେବା ସହ ପର୍ଯ୍ୟଟକମାନେ ହଇରାଣ ହୋଇଛନ୍ତି ।

ଅନ୍ୟପଟେ ରାଜସ୍ଥାନରେ ମଧ୍ୟ ପ୍ରବଳ ବର୍ଷା କାରଣରୁ ଆଜମେରସ୍ଥିତ ଜୱାରହାଲ ନେହେରୁ ହସ୍ପିଟାଲରେ ପାଣି ପଶିଯାଇଛି । ରୋଗୀମାନେ ହନ୍ତସନ୍ତ ହେଉଥିବାବେଳେ ସମ୍ପର୍କୀୟ ମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ବନ୍ୟା ଯୋଗୁଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ତେବେ ଆସାମ ବନ୍ୟା ପରିଚାଳନା ବିଷୟରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହ ଶନିବାର ଭର୍ଚୁଆଲ ବୈଠକରେ ଆଲୋଚନା କରିଥିଲେ ।