ରାଜରାସ୍ତାରେ ଆଶାକର୍ମୀଙ୍କ ଧାରଣା ଜାରି : ଘଣ୍ଟ ବାଡେଇଲେ ,ମାଣ ବସାଇଲେ…ପଢିଲେ ଲକ୍ଷ୍ମୀପୁରାଣ

211

କନକ ବ୍ୟୁରୋ : ରାଜଧାନୀ ରାଜରାସ୍ତାରେ ଆଶାକର୍ମୀଙ୍କ ଧାରଣା ଜାରି ରହିଛି । ୮ ଦଫା ଦାବି ନେଇ ଆଶା କର୍ମୀ ମାନେ ଏହି ଧାରଣା ଜାରି ରଖିଛନ୍ତି । ଆଜି ମାର୍ଗଶୀର ମାସର ଶେଷ ଗୁରୁବାର ହୋଇଥିବାରୁ ରାଜ ରାସ୍ତା ଉପରେ ମାଣ ବସାଇ ନିଆରା ଢଙ୍ଗରେ ଆଶାକର୍ମୀମାନେ ପ୍ରତିବାଦ କରୁଛନ୍ତି । ରାସ୍ତା ଉପରେ ଝୋଟି ପକାଇ ମାଣ ବସାଇ ମାଆ ଲକ୍ଷ୍ମୀଙ୍କୁ ପୂଜା କରୁଛନ୍ତି । ସମସ୍ତଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ଦାବିକରିବା ସହ ଇପିଏଫ ଆଦିର ସୁବିଧା କରିବାକୁ ଦାବି କରିଛନ୍ତି । ସେହିଭଳି ଅବସରକାଳୀନ ସହାୟତା ରାଶି ୫ଲକ୍ଷ କରାଯିବା ସହିତ ପେନସନ୍ ମାସିକ ୫ହଜାର ଟଙ୍କା ପ୍ରଦାନ କରିବାକୁ ଆଶା କର୍ମୀମାନେ ଦାବି କରିଛନ୍ତି ।