‘ମଣିପୁର ଜଳୁଛି ହେଲେ ପ୍ରଧାନମନ୍ତ୍ରୀ ଫିଲ୍ମକୁ ନେଇ ରାଜନୀତି କରୁଛନ୍ତି’, କେରଳ ଷ୍ଟୋରୀ ବୟାନ ଉପରେ ମୋଦୀଙ୍କୁ ଓୱେସୀଙ୍କ କଟାକ୍ଷ

138

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକର ଏକ ନିର୍ବାଚନୀ ଜନସଭାରେ କେରଳ ଷ୍ଟୋରୀ ଉପରେ ଦେଇଥିବା ମନ୍ତବ୍ୟକୁ କଟାକ୍ଷ କରିଛନ୍ତି ଏଆଇଏମଆଇଏମ ଅଧ୍ୟକ୍ଷ ଅସଦୁଦ୍ଦିନ୍ ଓୱେସି । ମୋଦୀଙ୍କୁ ପାଲଟା ଜବାବ ଦେବାକୁ ଯାଇ କହିଛନ୍ତି ଯେ, କର୍ଣ୍ଣାଟକରେ ଏବେ ନିର୍ବାଚନ ମାହୋଲ । ତା ସାଙ୍ଗକୁ ‘ଦ କେରଳ ଷ୍ଟୋରୀ’ କୁ ନେଇ ନିଆଁ ଜଳୁଛି । ଏପରି ସ୍ଥିତିରେ ମୋଦୀ ଆସି ଯେଭଳି ମନ୍ତବ୍ୟ ଦେଉଛନ୍ତି ତାହା ହିଂସାକୁ ପ୍ରୋତ୍ସାହିତ କରୁଛି’ ।

କର୍ଣ୍ଣାଟକରେ ଗାଁଠାରୁ ଚର୍ଚ୍ଚ ସବୁଠି ନିଆଁ ଜଳୁଛି । ସେପଟେ କାଶ୍ମୀରରେ ପଶି ଯବାନଙ୍କୁ ହତ୍ୟା କରୁଛନ୍ତି ପାକିସ୍ତାନୀ ଆତଙ୍କବାଦୀ । ସେଥିରେ ପ୍ରଧାନମନ୍ତ୍ରୀଙ୍କର ନିଘା ନାହିଁ । ଏଭଳି ପରିସ୍ଥିତିରେ ସମାଧାନର ବାଟ ନଖୋଜି କର୍ଣ୍ଣାଟକରେ ଆସି ଫିଲ୍ମ ରାଜନୀତି କରୁଛନ୍ତି ମୋଦୀ । ଏଭଳି କରି ମୋଦୀ ଫିଲ୍ମର ପ୍ରମୋସନ କରୁଛନ୍ତି । ଆମ ବୁର୍ଖା ଦେଖାଇ ପଇସା କମେଇବାକୁ ଚାହୁଁଛନ୍ତି । ଏଭଳି କରି ମୋଦୀ ହିଂସା ସୃଷ୍ଟି କରିବାକୁ ଚାହୁଁଛନ୍ତି । ସେପଟେ ପାକିସ୍ତାନ ଆମ ସୈନିକଙ୍କୁ ମାରି ଚାଲିଯାଉଛନ୍ତି । ହେଲେ ଏପଟେ ମୋଦୀ ଫିଲ୍ମକୁ ନେଇ କର୍ଣ୍ଣାଟକରେ ନିର୍ବାଚନ ଜିତିବାକୁ ଚେଷ୍ଟା କରୁଛନ୍ତି’ ବୋଲି କହିଛନ୍ତି ଓୱେସି ।