ଭାଇରାଲ ଫିଭର ହେଲେ ମନଇଚ୍ଛା ଆଣ୍ଟିବାୟୋଟିକ୍ ଖାଉଛନ୍ତି କି? ସାବଧାନ !

146

କନକ ବ୍ୟୁରୋ: ଭାଇରାଲ ଫିଭର ହେଲେ ମନଇଚ୍ଛା ଆଣ୍ଟିବାୟୋଟିକ୍ ଖାଉଛନ୍ତି କି? ସାବଧାନ! ଏହା ଶରୀର ପ୍ରତି ବିଶେଷ କ୍ଷତିକାରକ ହୋଇପାରେ । ମନଇଚ୍ଛା ଆଣ୍ଟିବାୟୋଟିକ୍ ନଖାଇବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ । ଏନେଇ ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ ଷ୍ଟାଣ୍ଡିଂ କମିଟି ପକ୍ଷରୁ ସତର୍କ କରାଯାଇଛି । ଏବେ ଲୋକେ ଭୂତାଣୁ ଜନିତ ଜ୍ୱରରେ ପୀଡ଼ିତ ହେଉଛନ୍ତି । କଫ, ନାକରୁ ପାଣି ବୋହିବା, ଗଳା ଦରଜ, ଝାଡାବାନ୍ତି ଭଳି ଲକ୍ଷଣ ଦେଖାଦେଉଛି । ୩-୪ ଦିନ ଭିତରେ ଜ୍ୱର ଭଲ ହୋଇଯାଉଥିଲେ ମଧ୍ୟ କଫ ଯନ୍ତ୍ରଣା ଜାରି ରହୁଛି । ୫୦ ବର୍ଷରୁ ଉପରକୁ ଓ ୧୫ ବର୍ଷରୁ ତଳ ପିଲାଙ୍କୁ କ୍ଷେତ୍ରରେ ଏପରି ଦେଖାଦେଉଛି । ବାୟୁ ପ୍ରଦୂଷଣ ଏହାର ପ୍ରମୁଖ କାରଣ ବୋଲି କୁହାଯାଉଛି ।

  • ସଂକ୍ରମଣ ହେଲେ ଲୋକେ ମନଇଚ୍ଛା ଆଣ୍ଟିବାୟୋଟିକ୍ ଖାଉଛନ୍ତି
  • ରୋଗରୁ ସାମାନ୍ୟ ଉପଶମ ପାଇବା ମାତ୍ରେ ଖାଇବା ବନ୍ଦ କରିଦେଉଛନ୍ତି
  • ଫଳରେ ଶରୀରରେ ଥିବା ଭୂତାଣୁ ବା ଜୀବାଣୁରେ ସେହି ଆଂଟିବାୟୋଟିକ୍ ପ୍ରତି ପ୍ରତିରୋଧକ ଶକ୍ତି ସୃଷ୍ଟି ହେଉଛି
  • ଅନ୍ୟ କିଛି ସଂକ୍ରମଣ ବା ରୋଗ ପାଇଁ ଆଣ୍ଟିବାୟୋଟିକ୍ ଖାଇଲେ କାମ ଦେଉନାହିଁ
  • ଡାଇରିଆ ରୋଗୀଙ୍କ କ୍ଷେତ୍ରରେ ୭୦ ପ୍ରତିଶତ ହେଉଛି ଭୂତାଣୁ ଜନିତ
  • ଏହା ନିରାକରଣ ପାଇଁ ଆଣ୍ଟିବାୟୋଟିକର ଆବଶ୍ୟକତା ନାହିଁ
  • କୋଭିଡ୍ ସମୟରେ ଲୋକେ ଅଧିକ ଆଜିଥ୍ରୋମାଇସିନ୍ ଓ ଆଇଭରମେକ୍ଟିନ୍ ବ୍ୟବହାର କରିଥିଲେ
  • ଫଳରେ ଲୋକଙ୍କ ଦେହରେ ଆଣ୍ଟିବାୟୋଟିକର ପ୍ରତିରୋଧକ ଶକ୍ତି ଉତ୍ପନ ହୋଇସାରିଛି
  • ରୋଗୀ ନିମୋନିଆ ପରି ରୋଗରେ ପୀଡ଼ିତ ହେଲେ ଆଂଟିବାୟୋଟିକ୍ ତାଙ୍କ ଶରୀରରେ କାମ କରୁନାହିଁ
  • ଜ୍ୱର ହେବା ମାତ୍ରେ ଆଗ ପରୀକ୍ଷା ପରୀକ୍ଷା କରିବା ଆବଶ୍ୟକ
  • ବ୍ୟାକ୍ଟେରିଆ ଇନ୍ଫେକସନ୍ ଷ୍ଟେଟରେ ପଜିଟିଭ୍ ଆସିବା ପରେ ଆଣ୍ଟିବାୟୋଟିକ୍ ଖାଇବା ଉଚିତ୍