ପାରିବାରିକ ବିବାଦ ମାମଲା । କଟକ ଫ୍ୟାମିଲି କୋର୍ଟରେ ହାଜର ହେଲେ ବର୍ଷା-ଅନୁଭବ । ଶୁଣାଣି ଶେଷ, ରାୟ ସଂରକ୍ଷିତ

221

କନକ ବ୍ୟୁରୋ : ବିବାଦ ମଧ୍ୟରେ ଆଜି କଟକର ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି ଅନୁଭବ ମହାନ୍ତି । ପୂର୍ବରୁ ନିର୍ଦ୍ଧାରିତ ତାରିଖ ଅନୁସାରେ ଆଜି ଅନୁଭବ ଓ ତାଙ୍କ ପତ୍ନୀ ବର୍ଷାଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଥିଲା । ଉଭୟଙ୍କ ମଧ୍ୟରେ ପୂର୍ବରୁ କାଉନସେଲିଂ ବିଫଳ ହୋଇଛି । ଆଜି ଅନୁଭବ ତାଙ୍କ ଆଇନଜୀବୀଙ୍କ ସହ କୋର୍ଟ ଆସିଛନ୍ତି । ତେବେ ବର୍ଷା ମଧ୍ୟ ନିଜ ଓକିଲଙ୍କ ସହ ଆସିଥିଲେ । ଶୁଣାଣି ଶେଷ ହୋଇ ରାୟ ସଂରକ୍ଷିତ ରହିଛି ।

ସେପଟେ, ଅଭିିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଥାନାର ଦ୍ୱାରସ୍ଥ ହେବା ପରେ ପୁଣିଥରେ ସାଂସଦ ଅନୁଭବ ଜାରି କଲେ ଭିଡିଓ । ପତ୍ନୀ ବର୍ଷା ଥାନାରେ ଅଭିଯୋଗ କରିଥିଲେ ଯେ ଅନୁଭବ ଭିଡିଓ ଜାରି କରି ତାଙ୍କର ଅପମାନ କରୁଛନ୍ତି । ଅନୁଭବ ମହାନ୍ତିଙ୍କ ବିରୋଧରେ ପୁରୀଘାଟ ଥାନାରେ ବର୍ଷା ପ୍ରିୟଦର୍ଶନୀ ଏତଲା ଦେବା ପରେ ପୁଣି ଭିଡିଓ ଜାରି କରି ବର୍ଷାଙ୍କ ଉପରେ ବର୍ଷିଛନ୍ତି ଅଭିନେତା ଅନୁଭବ ମହାନ୍ତି । ସେ କହିଚନ୍ତି, ସତ ଶୁଣିବାକୁ ବର୍ଷା ପ୍ରିୟଦର୍ଶନୀ ସାହସ ରଖନ୍ତୁ ।

ରବିବାର ରାତିରେ ବର୍ଷା ପୁରୀଘାଟ ଥାନାରେ ଅଭିଯୋଗ କରି ଲେଖିଥିଲେ, ଅନୁଭବ ମନଗଢ଼ା ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । ୨୦୨୦ ମସିହାରେ ଅନୁଭବ ଡିଭୋର୍ସ ଦେବାକୁ ବାଧ୍ୟ କରିଥିଲେ , ଆଉ ରାଜି ନହେବାରୁ ଧମକାଇଥିଲେ ବୋଲି ବର୍ଷା କହିଥିଲେ । ଏହାର ଜବାବରେ ଅନୁଭବ କହିଛନ୍ତି, ଯଦି ନିର୍ଯାତନା ଦିଆଯାଉଥିଲା ସେ ଚୁପ ଥିଲେ କାହିଁକି ।