ସରକାରଙ୍କ ଚେତାବନୀ ସତ୍ତ୍ୱେ ଜିଦରେ ଅଟଳ ଅଙ୍ଗନବାଡ଼ି ସଂଘ : ଆଜି ଲୋୟର ପିଏମଜିରେ କରିବେ ବିଶାଳ ରାଲି

215

କନକ ବ୍ୟୁରୋ : ଆନ୍ଦୋଳନ ଦାବିରେ ଅଟଳ ରହିଛି ଅଙ୍ଗନୱାଡି କର୍ମଚାରୀ ସଂଘ । ସରକାରଙ୍କ ନାଲି ଆଖି ସତ୍ତେ୍ୱ ଅଙ୍ଗନୱାଡି ସଂଘ ବିଭିନ୍ନ ଦାବି ନେଇ ଆଜି ଆନ୍ଦୋଳନକୁ ଓହ୍ଲାଇବ ବୋଲି ସଂଘ ଘୋଷଣା କରିଛି । ସରକାର ଦାବି ପୂରଣ ନକଲେ ଆନ୍ଦୋଳନ ଆହୁରି ତେଜିବ । ନିଜ ହକ୍ ପାଇବା ପାଇଁ ଲକ୍ଷ ଲକ୍ଷ ଅଙ୍ଗନୱାଡି ରାସ୍ତାକୁ ଓହ୍ଲାଇବେ । ଦାବି ପୂରଣ ହେଲେ ଆନ୍ଦୋଳନର କୌଣସି ଆବଶ୍ୟକତା ନାହିଁ ବୋଲି ଅଙ୍ଗନୱାଡି କର୍ମଚାରୀ ମହାସଂଘର ରାଷ୍ଟ୍ରୀୟ ସଂପାଦିକା ।

ସରକାର ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ଚାପ ପକାଇ ଅଙ୍ଗନୱାଡି କର୍ମଚାରୀଙ୍କୁ ଆନ୍ଦୋଳନ କରିବାକୁ ଉସକାଉଛନ୍ତି ବୋଲି କହିଛନ୍ତି ରାଜ୍ୟ ଅଙ୍ଗନୱାଡି ସଂଘର ସଭାପତି । ଅବସରକାଳୀନ ସହାୟତା ରାଶି ବୃଦ୍ଧି, କୌଣସି ସୁବିଧା ପ୍ରତି ସରକାର ଦୃଷ୍ଟି ଦେଉନଥିବା ଅଭିଯୋଗରେ ଅଙ୍ଗନୱାଡି କର୍ମୀ ଆଜିଠାରୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଆନ୍ଦୋଳନ କରିବେ । ଏହାକୁ ଦୃଷ୍ଟିରେ ରଖି ସରକାର ବି ଚେତାବନୀ ଦେଇସାରିଛନ୍ତି । କୌଣସି କର୍ମଚାରୀ ଆନ୍ଦୋଳନରେ ସାମିଲ ହେଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ସରକାର । ଏଭଳି ସ୍ଥିତିରେ କାଲିର ଆନ୍ଦୋଳନ ଉପରେ ସମସ୍ତଙ୍କ ନଜର ରହିଛି ।