ଓଡ଼ିଶା ଘରେ ଆନ୍ଧ୍ର ଅଫିସ୍ । ସ୍ଥିତି ଅନୁଧ୍ୟାନ ପରେ ଆନ୍ଧ୍ର ଫଳକ ଖୋଲିଲେ ପଟାଙ୍ଗୀ ତହସିଲଦାର ।

363

କନକ ବ୍ୟୁରୋ: ଓଡିଶା ସରକାରଙ୍କ ପକ୍କା ବିଜୁ ଘରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ଡାକଘର । ବାରମ୍ବାର ପ୍ରତିବାଦ ସତ୍ୱେ କୋରାପୁଟ ପଟ୍ଟାଙ୍ଗି ବ୍ଲକର କୋଟିଆରେ ଅନୁପ୍ରବେଶ ଜାରି ରଖିଛି ଆନ୍ଧ୍ର । ସ୍କୁଲ, ଅଙ୍ଗନବାଡି କେନ୍ଦ୍ର କରିଥିବା ପଡୋଶୀ ପ୍ରଶାସନ ଉପରସେମ୍ବି ଗାଁରେ ବିଜୁ ପକ୍କା ଘରେ ପୋଷ୍ଟ ଅଫିସ ଖୋଲିଛି । ଘରର କାନ୍ଥରେ ବିଜୁ ବାବୁଙ୍କ ଫଟୋ ରହିଛି । କିନ୍ତୁ ସେହି ଘରକୁ ଜବରଦଖଲ କରି ଲାଲ ରଙ୍ଗ ଲଗାଇ ତେଲୁଗୁ ଭାଷାରେ ଲେଖି ପୋଷ୍ଟ ଅଫିସ ଖୋଲିଛି ଆନ୍ଧ୍ର ।

ଏହା ଜଣାପଡିବା ପରେ ପଟାଙ୍ଗୀ ତହସିଲଦାର, କୋଟିଆ ରାଜସ୍ୱ ନୀରିକ୍ଷକ, ଥାନା ଅଧିକାରୀ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଆନ୍ଧ୍ର ପ୍ରଶାସନ ଲଗାଇଥିବା ଫଳକକୁ ହଟାଇବା ସହ ନାଲି ରଙ୍ଗ ଉପରେ ପୁଣି ଧଳା ରଙ୍ଗ ଲଗାଇ ଦେଇଛନ୍ତି । ତେବେ କୋଟିଆ ବିବାଦ କୋର୍ଟରେ ରହିଥିବା ବେଳେ ଆନ୍ଧ୍ର ପ୍ରଶାସନ ପକ୍ଷରୁ ବାରମ୍ବାର ଅନୁପ୍ରବେଶ ପ୍ରକ୍ରିୟା ଜାରି ରହିଛି ।