ନବୀନଙ୍କ ସହ କ’ଣ କଥା ହେବେ ଶାହା ? ଜାତୀୟ ରାଜନୀତି ଉପରେ ହୋଇପାରେ ଆଲୋଚନା

258

କନକ ବ୍ୟୁରୋ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଅଚାନକ ଓଡିଶା ଗସ୍ତ କରିବା ଖବର ଚର୍ଚ୍ଚାର ବିଷୟ ହୋଇଛି । ଯେତେବେଳେ ଦିଲ୍ଲୀ ବିଲକୁ ନେଇ, ସଂସଦରେ ବିଜେଡି ବିଜେପି ପଛରେ ଛିଡା ହୋଇଛି, ସେତିକିବେଳେ ଶାହା କାହିଁକି ଏଭଳି ଗସ୍ତ କଲେ ସେ ନେଇ ଜୋର ଧରିଛି ଆଲୋଚନା । ଶାହାଙ୍କ ଗସ୍ତ ପଛରେ ରାଜନୈତିକ କାରଣ ଥିବା ଚର୍ଚ୍ଚା ହେଉଛି ।

ବିଶେଷକରି ସରକାରୀ କାର୍ଯ୍ୟକ୍ରମ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଶାହାଙ୍କ ଆଲୋଚନାକୁ ନେଇ ରାଜନୈତିକ ମହଲରେ ଭିନ୍ନ ଭିନ୍ନ ଆଲୋଚନା ହେଉଛି । ରାଜନୀତି ସମୀକ୍ଷକଙ୍କ ମତରେ ଶାହା ନବୀନଙ୍କ ସହ ଏକାଧିକ ପ୍ରସଙ୍ଗରେ ଆଲୋଚନା ହୋଇପାରେ…

ନବୀନଙ୍କ ସହ କ’ଣ କଥା ହେବେ ଶାହା ?

– ଜାତୀୟ ରାଜନୀତି ଉପରେ ଆଲୋଚନା ହୋଇପାରେ
– ସଂଘୀୟ ବ୍ୟବସ୍ଥାକୁ ମଜବୁତ ରଖିବାକୁ କଥାବାର୍ତ୍ତା
– ରାଜ୍ୟରେ ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତାବ ଦେଇପାରନ୍ତି ନବୀନ
– ସାଧାରଣ ନିର୍ବାଚନ ପ୍ରସଙ୍ଗରେ ହୋଇପାରେ ଆଲୋଚନା
– ସ୍ୱତନ୍ତ୍ର ସହାୟତା ଯୋଗାଇ ଦେବାକୁ ଦାବି କରିପାରନ୍ତି ନବୀନ
– ଦୁଇ ଦଳ ଭିତରେ ସଂପର୍କ ବୃଦ୍ଧି ନେଇ ହୋଇପାରେ ଆଲୋଚନା
– ମହିଳା ସଂରକ୍ଷଣ ବିଲ୍ କଥା ଆଲୋଚନା କରିପାରନ୍ତି