ମଣିଷ ବଦଳରେ ମେସିନ କରୁଛି କାମ,  ବୁଗୁଡାରେ ଜେସିବି ଲଗାଇ ପୋଖରୀ ଖୋଳୁଛନ୍ତି ସମିତି ସଭ୍ୟ

124

କନକ ବ୍ୟୁରୋ : ଲୋକଙ୍କୁ ମିଳୁନି କାମ । ହେଲେ ଗାଁ ଗୁଡିକରେ ସରକାର ଯୋଗାଉଥିବା କାମରେ ଲାଗିଛି ମେସିନ୍ । ଗଂଜାମ ଜିଲ୍ଲା ବୁଗୁଡା ବ୍ଳକ ଗୋଲବନ୍ଧ ପଂଚାୟତରେ ଚାଲିଛି ପୋଖରୀ ଖୋଳା କାମ । ଏଥିରେ ମଣିଷ ବଦଳରେ ଲାଗିଛି ମେସିନ୍ । ଜେସିବି ଦ୍ୱାରା ଖୋଳାଯାଉଛି ପୋଖରୀ । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ପୋଖରୀ ଖୋଳା ପାଇଁ ୫ ଲକ୍ଷ ବ୍ୟୟବରାଦ କରାଯାଇଛି । ଏହା ଦ୍ୱାରା ଗାଁର ଲୋକେ କାମ ପାଇବେ । ହେଲେ ଲୋକଙ୍କୁ କାମରେ ନଲଗାଇ ସମିତି ସଭ୍ୟ ମେସିନ୍ ଦ୍ୱାରା କାମ କରାଉଛନ୍ତି । ଫଳରେ କାମ ନପାଇ ହାତ ବାନ୍ଧି ବସିଛନ୍ତି ଶ୍ରମିକ । ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏଠାରେ ମେସିନ କାମ କରୁଥିବା ବେଳେ ଲୋକଙ୍କ ଆକାଉଣ୍ଟକୁ ଟଙ୍କା ଯାଉଛି । ତେବେ ଶ୍ରମିକମାନେ କାମ କରିନଥିବା ବେଳେ କେମିତି ସେମାନଙ୍କ ଆକାଉଣ୍ଟକୁ ଟଙ୍କା ଯାଉଛି ବୋଲି ଅଭିଯୋଗ ହୋଇଛି ।