ଏୟାର ଇଣ୍ଡିଆ ଏକ୍ସପ୍ରେସର ମନମୁଖୀ ନିଷ୍ପତ୍ତି ।  ଭୁବନେଶ୍ୱର ବଦଳରେ କୋଲକାତାରେ ଓହ୍ଲାଇବାରୁ  ଯାତ୍ରୀଙ୍କ ହଙ୍ଗାମା  ।

500

କନକ ବ୍ୟୁରୋ: ଏୟାର ଇଣ୍ଡିଆ ଏକ୍ସପ୍ରେସର ମନମୁଖୀ ନିଷ୍ପତ୍ତିି ଅଭିଯୋଗ । କୋଲକାତା ବିମାନ ବନ୍ଦରରେ ଯାତ୍ରୀଙ୍କ ହଙ୍ଗାମା । ଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ବାହାରିଥିବା ବିମାନ ଭୁବନେଶ୍ୱର ବଦଳରେ କୋଲକାତାରେ ଯାତ୍ରୀଙ୍କୁ ଓହ୍ଳାଇ ଦିଆଯାଇଥିବାକୁ ନେଇ ଅସନ୍ତୋଷ । ଖରାପ ପାଗ ଯୋଗୁଁ ରାଜଧାନୀରେ ବିମାନ ଅବତରଣ କରିପାରିନଥିଲା । ଏୟାର ଇଣ୍ଡିଆ ବିମାନର ମନମୁଖୀ ନିଷ୍ପତ୍ତିି ପାଇଁ ଯାତ୍ରୀ ହଙ୍ଗାମା କରିଛନ୍ତି । ଭୁବନେଶ୍ୱରରେ ଛାଡିବା ବଦଳରେ କଲିକତାରେ ଅବତରଣ କରିଥିଲା ବିମାନ । ଯାତ୍ରୀଙ୍କୁ ସେଠାରୁ ନିଜ ଖର୍ଚ୍ଚରେ ଯିବାକୁ କହିବାରୁ ହଙ୍ଗାମା କରିଥିଲେ ଯାତ୍ରୀ ।

 ଗତକାଲି ରାତିରେ ଦିଲ୍ଲୀରୁ ଭୁବନେଶ୍ୱର ଉଡିଥିଲା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ । ହେଲେ ପାଗ ଖରାପ ହେବାରୁ ବିମାନ ସିଧା ଯାଇ କୋଲକାତାରେ ଅବତରଣ କରିଥିଲା । ସେଠାରୁ ଯାତ୍ରୀଙ୍କୁ ଭୁବନେଶ୍ୱର ଫେରିବା ପାଇଁ ବ୍ୟବସ୍ଥା କରିବା ପାଇଁ ବିମାନ ପରିଚାଳକ କହିଥିଲେ । ଯାହାକୁ ନେଇ ବିବାଦ ଦେଖାଦେଇଥିଲା । ତେବେ ପରେ ଉଚ୍ଚ ଅଧିକାରୀଙ୍କ ହସ୍ତକ୍ଷେପ ପରେ ଆଜି ସକାଳୁ ଯାତ୍ରୀଙ୍କୁ ନେଇ କୋଲକାତାରୁ ଭୁବନେଶ୍ୱର ଉଡ଼ିଛି ବିମାନ ।