ଆସିଲା ଆଜ୍ଞାମାଳ, ଦକ୍ଷିଣ ମୋଡ ନେବେ ତିନି ରଥ । ଶ୍ରୀଗୁଣ୍ଡିଚା ଘର ସିଂହଦ୍ୱାରରୁ ଆସିବେ ନାକଚଣା ଦ୍ୱାର ।

128

କନକ ବ୍ୟୁରୋ: ହେରା ପଞ୍ଚମୀ ନୀତି ସମ୍ପନ୍ନ ହେବା ପରେ ଆରମ୍ଭ ହୋଇଛି ବାହୁଡା ପ୍ରସ୍ତୁତି । ଆଜି ଶରଧାବାଲିରେ ତିନି ରଥର ଦକ୍ଷିଣ ମୋଡ କରାଯିବ । ଏଥିପାଇଁ ମହାପ୍ରଭୁଙ୍କର ଆଜ୍ଞାମାଳ ଆସିଛି ।

ରଥ ଦକ୍ଷିଣ ମୋଡ ହେବାକୁ ସମସ୍ତଙ୍କ ନୀତି ଶେଷ ହେବା ପରେ ରଥ ଦକ୍ଷିଣ ମୋଡ ହୋଇ ନାକଚଣା ଦ୍ୱାର ନିକଟକୁ ଯିବ । ରଥ ଦକ୍ଷିଣମୋଡରେ ଶ୍ରୀଗୁଣ୍ଡିଚା ଘର ସିଂହଦ୍ୱାର ସମ୍ମୁଖରୁ ଟଣା ହୋଇ ନାକଚଣା ଦ୍ୱାରକୁ ଆସିବ । ପ୍ରଥମେ ଦେବଦଳନ ରଥ, ପରେ ତାଳଧ୍ୱଜ ଓ ଶେଷରେ ନନ୍ଦିଘୋଷ ରଥ ଟଣାଯିବାର ରହିଛି ପରମ୍ପରା । ୨୮ତାରିଖ ବୁଧବାର ବାହୁଡାଯାତ୍ରାରେ ଗୁଣ୍ଡିଚା ଘରୁ ଶ୍ରୀମନ୍ଦିରକୁ ରଥାରୁଢ ଠାକୁର ବାହୁଡିଯିବେ । ତେବେ ଆଜି ରଥର ଦକ୍ଷିଣ ମୋଡ ପୂର୍ବରୁ ତିନି ରଥର ଯାଞ୍ଚ କରାଯାଇଛି । ନନ୍ଦିଘୋଷ ରଥରେ ୪ଟି କ୍ଲାମ୍ପ ଲଗାଯାଇଛି ବିଶ୍ୱକର୍ମ ଓ ଭୋଇ ସେବକ ମାନେ ଓ ରଥ ଯାଞ୍ଚ କମିଟି ସଦସ୍ୟ ମାନଙ୍କ ଦ୍ୱାରା ରଥ ଯାଞ୍ଚ କାର୍ଯ୍ୟ ସମ୍ପନ୍ନ ହୋଇଛି ।