ବଜାରରୁ ୨ହଜାର ଟଙ୍କିଆ ନୋଟ ପ୍ରତ୍ୟାହାର ପରେ ଚଳଚଂଚଳ ଅର୍ଥନୀତି । ବଜାରରେ କିଣାବିକା ବଢିବା ସହ ବ୍ୟାଙ୍କରେ ବୃଦ୍ଧି ପାଉଛି ଜମାରାଶି

307

କନକ ବ୍ୟୁରୋ : ୨ହଜାର ଟଙ୍କିଆ ନୋଟକୁ ନେଇ ନୂଆ ନିୟମ ପରେ ଲୋକମାନେ ଦ୍ୱନ୍ଦରେ ଥିବାବେଳେ ଅର୍ଥନୀତି ଏକ ପ୍ରକାର ଚଳଚଂଚଳ ହୋଇପଡ଼ିଛି । ମଲ୍ ହେଉ କି ଅଳଙ୍କାର ସୋ ରୁମ କିମ୍ବା ପେଟ୍ରୋଲ ପମ୍ପରେ ନଗଦ ଟଙ୍କା ଦେଇ ଲୋକେ କିଣାକିଣି କରୁଛନ୍ତି । ରିଅଲ ଇଷ୍ଟେଟ ବଜାର ମଧ୍ୟ ସକ୍ରିୟ ହୋଇପଡ଼ିଛି । ଭାରତୀୟ ଷ୍ଟେଟ ବ୍ୟାଙ୍କର ଇକୋରାପ ରିପୋର୍ଟ ଅନୁଯାୟୀ, ୨ହଜାର ଟଙ୍କିଆ ନୋଟ ପ୍ରଚଳନକୁ ନେଇ ନିୟମ ପରେ ପ୍ରଚଳନରେ ଥିବା ମୁଦ୍ରା ପରିମାଣ ହ୍ରାସ ପାଇଛି । ରିଜର୍ଭ ବ୍ୟାଙ୍କ ତଥ୍ୟ ଅନୁସାରେ ୧ଦଶମିକ ୮ଲକ୍ଷ କୋଟି ଦୁଇ ହଜାର ଟଙ୍କିଆ ନୋଟ ବ୍ୟାଙ୍କକୁ ଫେରିଛି । ଗ୍ରାହକମାନେ କରୁଥିବା ଖର୍ଚ୍ଚରେ ୫୫ ହଜାର କୋଟି ଟଙ୍କାର ବୃଦ୍ଧି ହୋଇଥିବା ଅନୁମାନ କରାଯାଇଛି । ଲୋକମାନେ ଏହି ୨ ହଜାର ଟଙ୍କିଆ ନୋଟରେ ସୁନା, ଅଳଙ୍କାର, ଆସବାବ ପତ୍ର, ଏସି, ମୋବାଇଲ ଫୋନ, ଘର ଓ ଜମି ଆଦି କିଣୁଛନ୍ତି । ଇ-କମର୍ସ, ଖାଦ୍ୟ ଅନଲାଇନ ଗ୍ରୋସରି କିଣାକିଣିେରେ ଲୋକେ ୨ ହଜାର ଟଙ୍କିଆ ନୋଟର ବ୍ୟବହାର ହେଉଛି । ଇକୋରାପ ରିପୋର୍ଟ ଅନୁଯାୟୀ, ପ୍ରାୟ ୯୨ ହଜାର କୋଟି ଟଙ୍କାର ୨ହଜାର ଟଙ୍କିଆକୁ ଲୋକମାନେ ଋଣ ପରିଶୋଧରେ ବ୍ୟବହାର କରିଥିବା ଅନୁମାନ କରାଯାଉଛି ।