ଖୁବଶୀଘ୍ର କାର୍ଯ୍ୟକାରୀ ହେବ ସୁଭଦ୍ରା ଯୋଜନା ,୫ ଲକ୍ଷ ଘର ଦେବା ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦେବା ପରେ ପ୍ରଭାତୀ ପରିଡ଼ାଙ୍କ ପ୍ରତିଶ୍ରୁତି, ।

274

କନକବ୍ୟୁରୋ:କେନ୍ଦ୍ର ସରକାରଙ୍କ ପ୍ରାକ୍ ବଜେଟ୍ ଆଲୋଚନାରେ ‘ସୁଭଦ୍ରା’ ଯୋଜନା ପାଇଁ ଓଡ଼ିଶା ସହାୟତା ମାଗିବା ପରେ ଆଜି ଏ ନେଇ ବଡ଼ ବୟାନ ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା । କହିଛନ୍ତି, ଗତକାଲି ପ୍ରାକ୍ ବଜେଟ୍ ଆଲୋଚନାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନିକଟରେ ବିଭିନ୍ନ ପ୍ରସ୍ତାବ ରଖିଥିଲା ଓଡ଼ିଶା । ଏଥିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାକୁ ଅତିକମରେ ୫ ଲକ୍ଷ ଘର ଦେବା ପାଇଁ କେନ୍ଦ୍ର ବଜେଟରେ ଆବଶ୍ୟକ ରାଶି ଆବଂଟନ କରିବାକୁ ପ୍ରସ୍ତାବ ଦିଆଯାଇଛି ।

ଏପଟେ ପଂଚାୟତିରାଜ ମନ୍ତ୍ରୀ ରବି ନାୟକ କହିଛନ୍ତି, ଉପ-ମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଓଡ଼ିଶାର ପ୍ରତିନିଧିତ୍ୱ କରି କେନ୍ଦ୍ର ନିକଟରେ ବିଭିନ୍ନ ପ୍ରସ୍ତାବ ରଖିଛନ୍ତି । ପ୍ରମୁଖ ଦାବି ମଧ୍ୟରେ ରହିଛି । ରାଜ୍ୟର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଏକ ଲିଖିତ ସ୍ମାରକପତ୍ର ଦେଇଛି ଓଡ଼ିଶା । ରାଜ୍ୟର ଦାବି ଓ ପ୍ରସ୍ତାବକୁ ଅନୁଧ୍ୟାନ କରି ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ନିର୍ମଳା ସୀତାରମଣ ।