ଖଣି ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନା ଗିରଫ: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ କଲା ଭିଜିଲାନ୍ସ

91

କନକ ବ୍ୟୁରୋ: ଖଣି ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନା ଗିରଫ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଉମେଶ ଚନ୍ଦ୍ର ଜେନାଙ୍କୁ ଗିରଫ କଲା ଭିଜିଲାନ୍ସ । ଆୟ ତୁଳନାରେ ଉମେଶଙ୍କ ସମ୍ପତ୍ତି ୩୬୮ ପ୍ରତିଶତ । ଚଢାଉ ବେଳେ ତାଙ୍କ ଘରୁ ୧.୬୪ କୋଟି ଟଙ୍କା ଜବତ ହୋଇଛି । ୬୫୦ ଗ୍ରାମ ସୁନା ମଧ୍ୟ ଜବତ କଲା ଭିଜିଲାନ୍ସ । ଭୁବନେଶ୍ୱରରେ ଗୋଟିଏ, କେନ୍ଦୁଝରରେ ୩ଟି ବିଲ୍ଡିଂ, ଏହାସହ ଉମେଶଙ୍କ ନାଁରେ କେନ୍ଦୁଝରରେ ୫ଟି ପ୍ଲଟ ରହିଛି ।

ଘରୁ ମିଳିଲା ନଗଦ କୋଟିଏ
ଭୁବନେଶ୍ୱରରେ ଉମେଶ ଜେନାଙ୍କ ରହିଛି ୩ ମହଲା କୋଠା
କେନ୍ଦୁଝରର ବିଭିନ୍ନ ସ୍ଥାନରେ ରହିଛି ୩ଟି ବଡ ବଡ ଅଟ୍ଟାଳିକା
କେନ୍ଦୁଝରର ପ୍ରମୁଖ ସ୍ଥାନରେ ରହିଛି ୫ଟି ଦାମୀ ପ୍ଲଟ
କେନ୍ଦୁଝର ଘରେ ଜବତ କରାଯାଇଛି ନଗଦ ୧ କୋଟି ଟଙ୍କା
ଭିଜିଲାନ୍ସକୁ ମିଳିଛି ୬୫୦ ଗ୍ରାମର ସୁନା ଅଳଙ୍କାର
ଗୋଟିଏ ଦାମୀ କାର ଓ ୨ଟି ବାଇକ ଜବତ କରାଯାଇଛି
ବୀମା, ବ୍ୟାଙ୍କ ପୋଷ୍ଟାଲ ଜମା ଓ ଲକର ଯାଞ୍ଚ ଚାଲିଛି
ପରିବାର ଲୋକଙ୍କ ନାଁରେ ଲକ୍ଷ ଲକ୍ଷ ଟଙ୍କାର ବେନାମୀ ସମ୍ପତ୍ତି ରହିଛି
ଚଢାଉ ସମୟରେ ସାଢେ ୫ କୋଟି ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ଠାବ