ନବରଙ୍ଗପୁରରେ ଯୁବତୀଙ୍କୁ ୩୧ ଖଣ୍ଡ କରି କାଟିବା ଘଟଣା । ଅଭିଯୁକ୍ତ ଦମ୍ପତ୍ତି ଗିରଫ । ବିବାହ ପାଇଁ ଜିଦ୍ ଧରିବାରୁ ତଣ୍ଟି ଚିପି ମାରିଥିବା ସୂଚନା ।

411

କନକ ବ୍ୟୁରୋ: ନବରଙ୍ଗପୁର ଜିଲ୍ଲା ରାଇଘରରେ ଯୁବତୀଙ୍କୁ ୩୧ ଖଣ୍ଡ କରିବା ଘଟଣାରେ ଅଭିଯୁକ୍ତ ଦମ୍ପତି ଗିରଫ । ମୁରମଡିହି ଗାଁର ଚନ୍ଦ୍ର ରାଉତ ଓ ତାଙ୍କ ପତ୍ନୀଙ୍କୁ ଗିରଫ କରିଛି ପୋଲିସ । ପରକୀୟା ପ୍ରୀତିକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।

ବୁଧବାର ଠାରୁ ନିଖୋଜ ଥିଲେ ନବରଙ୍ଗପୁର ରାଇଘର ଥାନା ବାଗବେଡ଼ା ଗାଁ ତିଲାବତୀ । ବୁଧବାର ଠାରୁ ନିଖୋଜ ଥିଲେ ତିଲାବତୀ । ତିନି ଦିନ ପରେ ମୁରମଡିହି ଜଙ୍ଗଲରୁ ମିଳିଥିଲା ଖଣ୍ଡ ବିଖଣ୍ଡିତ ମୃତଦେହ । ଜଙ୍ଗଲ ଭିତରେ ପୋତି ହୋଇଥିଲା ମୃତଦେହ । ହାତ, ଗୋଡ଼, ଆଙ୍ଗୁଠି ସବୁ କିଛି ଖଣ୍ଡ ଖଣ୍ଡ କରି କଟାଯାଇଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ପୁଲିସ ଅଧିକାରୀ । ପରକୀୟା ପ୍ରୀତିକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସଂଦେହ କରାଯାଉଛି । କୁହାଯାଉଛି ଚନ୍ଦ୍ର ରାଉତଙ୍କ ସହ ତିଲାବତୀଙ୍କ ସହ ସଂପର୍କ ରହିଥିଲା । ଘଟଣା ପଦାକୁ ଆସିବା ପରେ ଚନ୍ଦ୍ର ରାଉତ ପରିବାରରେ ଆଶାନ୍ତି ସୃଷ୍ଟି ହୋଇଥିଲା । ତିଲାବତୀଙ୍କୁ ରାସ୍ତାରୁ ହଟାଇବା ପାଇଁ ଚନ୍ଦ୍ର ଓ ତା’ର ସ୍ତ୍ରୀ ଯୋଜନାବଦ୍ଧ ହତ୍ୟାକାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି ।