ଛାତ୍ରଛାତ୍ରୀଙ୍କ ସ୍ୱପ୍ନକୁ ସତ କରୁଛି ଏକାଡେଜ୍ ଇନଷ୍ଟିଚ୍ୟୁଟ୍: ନିଟ୍ ଓ ଜେଇଇ ପରୀକ୍ଷାରେ ସଫଳତା ପାଇଛନ୍ତି ଛାତ୍ରଛାତ୍ରୀ

150

କନକ ବ୍ୟୁରୋ: ଛାତ୍ରଛାତ୍ରୀଙ୍କ ସ୍ୱପ୍ନକୁ ସତ କରୁଛି ଏକାଡେଜ୍ ଇନଷ୍ଟିଚ୍ୟୁଟ୍ । ନିଟ୍ ଓ ଜେଇଇ ପରୀକ୍ଷାରେ ସଫଳତା ହାତେଇଛନ୍ତି ଏକାଡେଜ୍ ଇନଷ୍ଟିଚ୍ୟୁଟର ଛାତ୍ରଛାତ୍ରୀ । ଚଳିତ ବର୍ଷ ଜାତୀୟ ସ୍ତରରେ ଅନେକ ପିଲା ନିଟ୍ ଓ ଜେଇଇ ପରୀକ୍ଷାରେ ସଫଳତା ପାଇଛନ୍ତି । ପରୀକ୍ଷାରେ ଭଲ ରାଙ୍କ୍ ରଖି ପାସ୍ ବି କରିଛନ୍ତି । ଆଉ ଭୁବନେଶ୍ୱର ଆଚାର୍ୟ୍ୟ ବିହାରରେ ଥିବା ଏକାଡେଜ୍ ଇନଷ୍ଟିଚ୍ୟୁଟର ବହୁ ଛାତ୍ରଛାତ୍ରୀ ନିଟ୍ ଓ ଜେଇଇ ପରୀକ୍ଷାରେ ସଫଳତା ପାଇବା ସହିତ ଇନଷ୍ଟିଚ୍ୟୁଟ୍ ପାଇଁ ସାଜିଛନ୍ତି ଗର୍ବ ଆଉ ଗୌରବ ।

ଜେଇଇ ଓ ନିଟ୍ ପରୀକ୍ଷାରେ ସଫଳତା ପାଇବା ପରେ ଏକାଡେଜ୍ ଇନଷ୍ଟିଚ୍ୟୁଟ୍ ପକ୍ଷରୁ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ନିଟରେ ସଫଳତା ପାଇଥିବା ୫ ଜଣ ଛାତ୍ରଛାତ୍ରୀ ଓ ଜେଇଇ ପରୀକ୍ଷାରେ ସଫଳତା ପାଇଥିବା ୩ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଭୁବନେଶ୍ୱର ଆଚାର୍ୟ୍ୟବିହାରରେ ଥିବା ଏହି ଇନଷ୍ଟିଚ୍ୟୁଟ୍ ଏବେ ନିଟ୍ ଓ ଜେଇଇ ପାଇଁ ପ୍ରସ୍ତୁତ ହେଉଥିବା ପିଲାଙ୍କର ପାଲଟିଛି ପ୍ରଥମ ପସନ୍ଦ । ସ୍ମାର୍ଟ କ୍ଲାସଠୁ ଆରମ୍ଭ କରି ଆଧୁନିକ ପ୍ରଣାଳୀରେ ଏଠି ପାଠ ପଢାଯାଉଥିବାବେଳେ । ନିୟମିତ ଡାଉଟ୍ କ୍ଲିୟରିଂ କ୍ଲାସ୍ କରି ପିଲାଙ୍କ ପ୍ରତିଟି ଡାଉଟକୁ କ୍ଲିୟର କରାଯାଉଛି । ଯେଉଁଥି ପାଇଁ ପ୍ରତିବର୍ଷ ଇନଷ୍ଟିଚ୍ୟୁଟର ସଫଳତା ହାର ବଢି ବଢି ଚାଲିଛି ।

ଆପଣ ଯଦି ନିଟ୍ ପାଇଁ ପ୍ରସ୍ତୁତ ହେବାକୁ ଚାହୁଁଛନ୍ତି, ଜେଇଇ ପରୀକ୍ଷାରେ ସଫଳତା ପାଇବାକୁ ଚାହୁଁଛନ୍ତି । ତେବେ ଏକାଡେଜ୍ ଇନଷ୍ଟିଚ୍ୟୁଟ୍ ଆପଣଙ୍କୁ ଦେଇପାରେ ବଡ ସଫଳତା । ତେଣୁ କ୍ୟାରିୟରରେ ସଫଳତା ପାଇବାକୁ ଚାହୁଁଥିଲେ ଆପଣ ବି ବାଛିପାରିବେ ଏକାଡେଜ୍ ଇନଷ୍ଟିଚ୍ୟୁଟ୍।