‘ଅବକୀ ବାର୍ ଦିଲ୍ଲୀମେ ଇଣ୍ଡିଆ ସରକାର’ : ପଶ୍ଚିମବଙ୍ଗର ଅନେକ ସ୍ଥାନରେ ଲାଗିଲା ପୋଷ୍ଟର, ତେଜିଲା ରାଜନୀତି

133

କନକ ବ୍ୟୁରୋ : ରାସ୍ତାରେ ପୋଷ୍ଟର ଲାଗିଲା ‘ଅବକୀ ବାର୍ ଦିଲ୍ଲୀମେ ଇଣ୍ଡିଆ ସରକାର’ । ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ଗଠନ ହେବା ପରେ ପଶ୍ଚିମବଙ୍ଗରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଆରମ୍ଭ ହୋଇଯାଇଛି ପୋଷ୍ଟର ରାଜନୀତି । ରାଜଧାନୀ କୋଲକତାରେ ଇଣ୍ଡିଆ’କୁ ନେଇ ଲଗାଯାଉଛି ପୋଷ୍ଟର ଉପରେ ପୋଷ୍ଟର । ପୋଷ୍ଟରରେ ମମତା ବାନାର୍ଜୀଙ୍କ ଫଟୋ ସହ ହିନ୍ଦିରେ ଲେଖା ହୋଇଛି ‘ଅବକୀ ବାର୍ ଦିଲ୍ଲୀମେ ଇଣ୍ଡିଆ ସରକାର’ । ଯାହାକୁ ନେଇ ପଶ୍ଚମବଙ୍ଗରେ ରାଜନୀତି ତେଜିବାରେ ଲାଗିଛି ।

୨୦୨୪ ଲୋକସଭା ନିର୍ବାଚନରେ ମୋଦୀଙ୍କ ବିଜୟ ରଥରେ ବ୍ରେକ୍ ଲଗାଇବା ପାଇଁ ଏକାଠି ହୋଇଛନ୍ତି ୨୬ଟି ବିରୋଧୀ ଦଳ । ବୈଠକ ପରେ ବୈଠକ ବସୁଛି ମୋଦୀଙ୍କୁ ଶାସନ ଗାଦିରୁ ହଟାଇବା ପାଇଁ ରଣନୀତି ପ୍ରସ୍ତୁତ ହେଉଛି । ତେବେ ଅଗଷ୍ଟ ୩୧ ଏବଂ ସେପ୍ଟେମ୍ବର ୧ତାରିଖରେ ମୁମ୍ବାଇରେ ବସିବାକୁ ଯାଉଛି ବିରୋଧୀ ମେଣ୍ଟ ଇଣ୍ଡିଆର ତୃତୀୟ ବୈଠକ । ଏହି ବୈଠକରେ ୨୦୨୪ ନିର୍ବାଚନକୁ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇପାରେ ।