ସେଲଫି ନେବାର ଅଜବ ନିଶା: ଟ୍ରେନ୍ ବଗି ଉପରେ ଚଢି ସେଲଫି ନେବା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯୁବତୀ ଗୁରୁତର

370

କନକ ବ୍ୟୁରୋ: ସେଲଫି ନେବାର ଅଜବ ନିଶା । ଟ୍ରେନ୍ ବଗି ଉପରେ ଚଢି ସେଲଫି ଉଠାଇବା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୁରୁତର ହେଲେ ଯୁବତୀ । ଖୋର୍ଦ୍ଧା ତାପଙ୍ଗ ରେଳ ଷ୍ଟେସନରେ ଏଭଳି ଅଘଟଣ ଘଟିଛି । ସ୍ଥାନୀୟ ମଳିପଡା ଅଂଚଳର ଜଣେ ଯୁବତୀ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତି ହୋଇଛନ୍ତି । ତାଙ୍କୁ ଭବନେଶ୍ୱରରେ ଏକ ମେଡିକାଲରେ ଭର୍ତି କରାଯାଇଛି । ତାଙ୍କ ନାମ ସିପା ସାହୁ ସେ ଯୁକ୍ତ ୩ରେ ପଢୁଥିବା ସୂଚନା ମିଳିଛି । ଆଜି ସକାଳୁ ୩-୪ଜଣ ସାଙ୍ଗା ମଣ୍ଣିଂ ୱାକରେ ଯାଇଥିବା ବେଳେ ରେଳ ଷ୍ଟେସନ ଦେଇ ଯାଉଥିଲେ । ସେଠାରେ ଏକ ଅଏଲ କଂଟେନର ଥିଲା । ସେଥିରେ ଚଢି ସେଲ୍ଫି ନେବା ବେଳେ ଭାରସାମ୍ୟ ହରାଇ ଖସିଯିବାରୁ ସେ ହାତ ଉପରକୁ ଉଠାଇଦେଇଥିଲେ । ଆଉ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଓ ଗୁରୁତର ହୋଇପଡ଼ିଥିଲେ ।