ଓଡ଼ିଆ ବସ୍ତିରେ ନିଆରା କ୍ୟାଟ ୱାକ : ରାଜସ୍ଥାନ କୋଟାରେ ମଡେଲ ସାଜିଛନ୍ତି ବସ୍ତିର କୁନି କୁନି ପିଲା

135

କନକ ବ୍ୟୁରୋ : ଓଡ଼ିଆ ବସ୍ତିରେ ନିଆରା କ୍ୟାଟ ୱାକ । ତା ପୁଣି ରାଜସ୍ଥାନ କୋଟାରେ ଥିବା ଓଡ଼ିଆ ବସ୍ତିରେ । ଆକର୍ଷଣୀୟ ଡ୍ରେସ୍ ପିନ୍ଧା ଫ୍ୟାସନ ଶୋ’ରେ କ୍ୟାଟ ୱାକ ଦୃଶ୍ୟ ଆମେ ଦେଖିଛେ । ହେଲେ ବସ୍ତିରେ ହୋଇଥିବା ଏହି କ୍ୟାଟ ୱାର୍କ କିନ୍ତୁ ବେଶ ନିଆରା । ଏଥିରେ ବସ୍ତିର କୁନି କୁନି ପିଲାମାନେ ମଡେଲ ସାଜିଛନ୍ତି । ପୁରୁଣା କାଗଜରୁ ନେଇ ଜରିରେ ବିଭିନ୍ନ ଡିଜାଇନ୍ ପୋଷାକ ତିଆରି କରି ଏହାକୁ ପିନ୍ଧି ରାମ୍ପ ଶୋ’ରେ ଚାଲୁଛନ୍ତି । ଆଉ ରାମ୍ପ ଶୋ’ ମାଧ୍ୟମରେ ପରିବେଶ ପ୍ରଦୂଷଣ ବିରୋଧରେ କରୁଛନ୍ତି ସଚେତନ । ଜରି ଓ ପେପରରେ ପୋଷାକ ମାଧ୍ୟମରେ ଦିଆଯାଉଛି ପରିବେଶ ସୁରକ୍ଷାର ବାର୍ତ୍ତା । ରାଜସ୍ଥାନର ପ୍ରତିଷ୍ଠିତ ସମାଜସେବୀ ନିଧି ପ୍ରଜାପତିଙ୍କ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସି’ପକ୍ଷରୁ ଏହି ନିଆରା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।