ନନ୍ଦକାନନରେ ୧୪ ବର୍ଷୀୟ କଲରାପତରିଆ ବାଘୁଣୀର ମୃତ୍ୟୁ । ଚିକିତ୍ସାଧୀନ ଅବସ୍ଥାରେ ବର୍ଷାର ମୃତ୍ୟୁ ସୂଚନା : ଗର୍ଭାଶୟ ଜନିତ ରୋଗରେ ଥିଲା ପୀଡିତ

97

କନକ ବ୍ୟୁରୋ : ନନ୍ଦନକାନନରେ ଜୀବଜନ୍ତୁଙ୍କ ମୃତ୍ୟୁ ପିଛା ଛାଡୁ ନାହିଁ । ସୋମବାର ପୁଣି ଏକ କଲରାପତରିଆ ବାଘୁଣୀର ବର୍ଷାର ମୃତ୍ୟୁ ହୋଇଛି । ଗତ ଜୁଲାଇ ୩୦ ତାରିଖରେ ବାଘୁଣୀର ଗର୍ଭାଶୟ ପଦାକୁ ବାହାରିଆସିବାରୁ ତାକୁ ପ୍ରାଣୀ ଚିକିତ୍ସା କେନ୍ଦ୍ର ପରିସରକୁ ଆଣି ଅସ୍ତ୍ରୋପଚାର କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ବାଘୁଣୀ ବର୍ଷାର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ବାଘୁଣୀର ବୟସ ୧୪ ବର୍ଷ ହୋଇଥିବା ନନ୍ଦନକାନନ ପକ୍ଷରୁ ସୂଚନା ମିଳିଛି ।

୨୦୦୬ ମସିହା ଜୁଲାଇ ୨୭ ତାରିଖରେ ୩ ମାସର ଏକ ବାଘୁଣୀ ଛୁଆକୁ ଚନ୍ଦକା-ଡମପଡା ଅଭୟାରଣ୍ୟରୁ ଉଦ୍ଧାର କରି ନନ୍ଦନକାନନ ଅଣାଯାଇଥିଲା । ବାଘୁଣୀ ବର୍ଷାର ମୃତ୍ୟୁ ପରେ ନନ୍ଦନକାନନରେ କଲରାପତରିଆ ବାଘ ସଂଖ୍ୟା ୬କୁ ଖସି ଆସିଛି ।