ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ : ଓଡ଼ିଶା କ୍ରିକେଟ ଆସୋସିଏସନର ଜୋରଦାର ପ୍ରସ୍ତୁତି; ବାରବାଟୀରେ ତିଆରି ହୋଇଛି ନୂଆ ଡ୍ରେସିଂ ରୁମ୍

୨୫କୁ ବଢିଛି ସିଟ୍ ସଂଖ୍ୟା, ପ୍ରଥମ ଥର ପାଇଁ ଖେଳାଳିଙ୍କ ପାଇଁ ଡାଇନିଂ ବ୍ୟବସ୍ଥା

190

କନକ ବ୍ୟୁରୋ : ଆସନ୍ତା ଜୁନ୍ ୧୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ । ଏଥିପାଇଁ ଓସିଏ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି । ଖେଳାଳିଙ୍କୁ ଏକ ନୂଆ ଓ ଅଭିନବ ବାରବାଟୀର ଦର୍ଶନ କରାଇବାକୁ ଉଦ୍ୟମ ଜାରି ରହିଛି । ଏଥର ଖେଳାଳିଙ୍କ ପାଇଁ ନୂଆ ଡେସିଂ ରୁମ୍ କରାଯାଇଛି । ପୁରୁଣା ଡ୍ରେସିଂ ରୁମର ପୁନରୁଦ୍ଧାର କରାଯାଇ ଅତ୍ୟାଧୁନିକ ରୂପ ଦିଆଯାଇଛି ।

ଡ୍ରେସିଂରୁମରେ ଖେଳାଳିଙ୍କ ପାଇଁ ସବୁ ପ୍ରକାର ସୁବିଧା ସୁଯୋଗ ରହିବ । ପ୍ରାୟ ୨୦ ବର୍ଷ ପରେ ଡ୍ରେସିଂରୁମରେ ଚିତ୍ର ସଂପୂର୍ଣ୍ଣ ବଦଳାଯାଇଛି । ଏକ କୋଟି ଟଙ୍କା ଖର୍ଚ୍ଚ କରି ଷ୍ଟାଡିୟମର ଦୁଇ ପାର୍ଶ୍ୱରେ ଡ୍ରେସିଂରୁମ୍ ନିର୍ମାଣ କରାଯାଉଛି । ଡ୍ରେସିଂରୁମର ସିଟ୍ ସଂଖ୍ୟାକୁ ବଢାଇ ୨୫ ଦିଆଯାଇଛି । ସବୁ ଚେୟାର ଗୁଡ଼ିକରେ ହାଇଡ୍ରୋଲିକ୍ ବ୍ୟବସ୍ଥା ରହିଛି । ପ୍ରଥମ ଥର ପାଇଁ ଡ୍ରେସିଂରୁମରେ ଡାଇନିଂ ବ୍ୟବସ୍ଥା କରାଯାଉଛି । ଏଠାରେ ଡିଜିଟାଲ ଲକର ବ୍ୟବସ୍ଥା କରାଯାଉଛି । ଅତ୍ୟାଧୁନିକ ଟଏଲେଟ୍ ସୁବିଧା ମଧ୍ୟ ରହିବ ।