କଟକ ଖାନନଗର ନିକଟରେ ଅଘଟଣ: ଚଳନ୍ତା ବସରେ ଲାଗିଗଲା ନିଆଁ

316

କନକ ବ୍ୟୁରୋ: ଚଳନ୍ତା ବସରେ ନିଆଁ । କଟକ ଖାନନଗର ନିକଟରେ ଚଳନ୍ତା ବସ ଡିକିରୁ ନିଆଁ ବାହାରିବାରୁ ଯାତ୍ରୀ ମାନେ ଭୟଭୀତ ହୋଇ ବସରୁ ଓହ୍ଲାପଡ଼ିଥିଲେ । ତୁରନ୍ତ ବସରେ ଥିବା ଯାତ୍ରୀ ମାନଙ୍କୁ ଓହ୍ଲାଇ ନିଆଁ ଲିଭାଇବା ପ୍ରକ୍ରିୟା ଆରମ୍ଭ ହୋଇଛି । ଡିକିରେ ନିଆଁ ଲିଗାଥିବାରୁ ଜିନିଷପତ୍ର ବାହାର କରି ନିଆଁ ଲିଭାଇଥିଲେ ଡ୍ରାଇଭର ଓ କଣ୍ଡକ୍ଟର । ତେବେ ନିଆଁ ଲାଗିବାର କାରଣ ଏବେ ବି ଜଣାପଡିନାହିଁ ।