ଛୋଟ ଝିଅର ପ୍ରୟାସକୁ ଲୋକଙ୍କ ପ୍ରଶଂସା : ଟାଣଖରାରେ ଲୋକଙ୍କୁ ଦେଉଛନ୍ତି ଦହିପାଣି

130

କନକ ବ୍ୟୁରୋ : ୪୦ ଡିଗ୍ରୀ ତାପମାତ୍ରାରେ ରାଜ୍ୟର ଅନେକ ସ୍ଥାନ । ଏହାରି ଭିତରେ ଆନନ୍ଦପୁରର ଜଣେ କୁନି ଝିଅ ଦହି ପାଣି ଦେଇ ଲୋକଙ୍କ ଶୋଷ ମେଣ୍ଟାଉଛନ୍ତି । ପାଠ ପଢି ଘରକୁ ଫେରୁଥିବା ସମୟରେ ପାଣି ଟିକିଏ ପିଇବାକୁ ନପାଇ ଡହଳବିକଳ ହେଉଥିବା ଦୁଇଜଣ ଲୋକଙ୍କ ଅବସ୍ଥା ଏହି ଝିଅର ମନକୁ ଆନ୍ଦୋଳିତ କରିଥିଲା । ଘରେ ଆସି ଜଣାଇବା ପରେ ରାସ୍ତାରେ ଯାଉଥିବା ପଥିକଙ୍କୁ ବିନାମୂଲ୍ୟରେ ଦହି ପାଣି ଯୋଗାଉଛନ୍ତି ଏହି ଝିଅ ଜଣକ । ଗୋଟିଏ ପଟେ ଲୋକଙ୍କୁ ପାଣି ଟିକିଏ ଯୋଗାଇବାକୁ ପୌର ପରିଷଦ ଅସହାୟ ହୋଇ ପଡ଼ିଥିବା ବେଳେ ଛୋଟ ଝିଅର ଏଭଳି ପ୍ରୟାସକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି ।