୫ଶହ ଟଙ୍କାର ଭତ୍ତା ପାଇଁ ୬ ହଜାର ଟଙ୍କା ଲାଞ୍ଚ: ବାର୍ଦ୍ଧକ୍ୟ ଭତ୍ତା କରାଇ ଦେବାକୁ ଲାଞ୍ଚ ନେଉଥିବା ବେଳେ ବନ୍ଧା ହେଲେ ପିଏସଏସଓ

218

କନକ ବ୍ୟୁରୋ: ୫୦୦ ଟଙ୍କାର ଭତା ପାଇଁ ୬ ହଜାର ଟଙ୍କା ଲାଂଚ । ବାର୍ଦ୍ଧକ୍ୟ ଭର୍ତା କରାଇଦେବାକୁ ଲାଂଚ ନେଉଥିବା ବେଳେ ପିଏସଏସଓଙ୍କୁ ଧରିଲା ଭିଜିଲାନ୍ସ । ବ୍ରହ୍ୱପୁର ଖଲିକୋଟ ଅଂଚଳରୁ ଆସିଛି ଏଭଳି ଅଭାବନୀୟ ଘଟଣା । ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି ବେଗୁନିଆପଡା ବ୍ଲକର ପିଏସଏସଓ । ସୂଚନା ମୁତାବକ, ବେଗୁନିଆପଡା ମଠ ସରସିଙ୍ଗତ ଗାଁର ୬୫ ବର୍ଷିୟ ବୃଦ୍ଧ ଝଡ଼ିଆ ସ୍ୱାଇଁ ବାର୍ଦ୍ଧକ୍ୟ ଭତା ପାଇଁ ଆବେଦନ କରିଥିଲେ । କିନ୍ତୁ ତାଙ୍କ ଭତା ମିଳିବାରେ ବିଳମ୍ବରେ ହେବାରୁ ସେ ବ୍ଲକର ପିଏସଏସଓଙ୍କ ସହ କଥା ହୋଇଥିଲେ । ହେଲେ ଭତା କରାଇଦେବା ପାଇଁ ୬ ହଜାର ଟଙ୍କା ଲାଂଚ ମାଗିଥିଲେ ପିଏସଏସଓ । ପରେ ଏନେଇ ବୃଦ୍ଧ ଜଣଙ୍କ ଭିଜିଲାନ୍ସକୁ ସୂଚନା ଦେଇଥିଲେ । ପୂର୍ବ ଯୋଜନା ମୁତବାକ, ଆଜି ବୃଦ୍ଧ ଜଣଙ୍କ ଲାଂଚ ଟଙ୍କା ନେଇ ପିଏସଏସଓଙ୍କୁ ଦେଉଥିବା ବେଳେ ଚଢାଉ କରି ଟଙ୍କା ଜବତ କରିବା ସମ୍ପୃକ୍ତ ଅଧିକାରୀଙ୍କୁ ଗିରଫ କରିଥିଲା ଭିଜିଲାନ୍ସ ।

ସେହିଭଳି ଭିିଜିଲାନ୍ସ ଜାଲରେ ଭଞ୍ଜନଗର ଅତିରିକ୍ତ ସିଭିଲ ସପ୍ଲାଇ ଅଫିସର ସଞ୍ଜୟ ସାହୁ । ଆୟ ବହିଭ ର୍ୁତ ସମ୍ପତି ଠୁଳ ଅଭିଯୋଗରେ ସଞ୍ଜୟଙ୍କ ଘରେ ଚାଲିଛି ଚଢାଉ । ଭୁବନେଶ୍ୱର ବାସଭବନ , ଭଞ୍ଜନଗର ଅଫିସ ଓ ଭଡା ଘରେ ଏକକାଳୀନ ଚଢାଉ କରୁଛି ଭିଜିଲାନ୍ସ ଟିମ୍ । ମୟୂରଭଞ୍ଜରେ ଥିବା ଘରେ ମଧ୍ୟ ଚଢାଉ କରାଯାଉଥିବା ଜଣାପଡିଛି । ପୂର୍ବରୁ କାମାକ୍ଷାନଗରରେ ଆସିଷ୍ଟାଟଂ ସିଭିଲ ସପ୍ଲାଏ ଅଫିସର ଥିଲେ ସଞ୍ଜୟ । ସେପଟେ କୋରାପୁଟ ଜିଲ୍ଳା ବନ୍ଧୁଗାଁ ବ୍ଳକର ଆଇସିଡ଼ିଏସ ଅଫିସର କିରାଣୀ ୪୦ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାବୁଡରେ ପଡିଛନ୍ତି । ଜୟପୁର ଭିଜିଲାନ୍ସ ଅଶ୍ୱିନି କୁମାର ପ୍ରଧାନଙ୍କୁ ବାନ୍ଧିଛି । ଅଙ୍ଗୱାଡ଼ି କର୍ମୀ ମିନତି କୁଲେସିକାଙ୍କ ସୁପର ଭାଇଜର ପଦକୁ ପଦ ଉନ୍ନତି ହୋଇଥିବା ବେଳେ ୱାର୍କ ଅର୍ଡ଼ର ଦେବା ପାଇ ଏକ ଲକ୍ଷ ୪୦ ହଜାର ଟଙ୍କା ଲାଂଚ ମାଗିଥିଲେ ଅଶ୍ୱନୀ । ପୁର୍ବରୁ ଏକ ଲକ୍ଷ ଟଙ୍କା ନେଇ ସାରିଥିବା ବେଳେ ଆଜି ଆଉ ୪୦ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନସ ତାଙ୍କୁ ଧରିଛି ।