ଆରମ୍ଭ ହେଲା କଟକର ଐତିହାସିକ ବାଲିଯାତ୍ରା : ସଞ୍ଜ ନଇଁଲେ ଦର୍ଶକଙ୍କ ମନ ମୋହୁଛି ଲେଜର ଲାଇଟ ସୋ’

147

କନକ ବ୍ୟୁରୋ : ଆରମ୍ଭ ହେଲା କଟକର ଐତିହାସିକ ବାଲିଯାତ୍ରା । ଲୋକଙ୍କ ଗହଳି, ବିଭିନ୍ନ ପ୍ରକାରର ମନୋର ଦୋକାନର ପସରାକୁ ନେଇ ନେଇ ଚଳଚଞ୍ଚଳ ହୋଇପଡିଛି ବାଲିଯାତ୍ରା ପଡିଆ । କରୋନା ଯୋଗୁଁ ଦୁଇ ବର୍ଷ ପରେ ମହାନଦୀ ପଠାରେ ବାଲିଯାତ୍ରା ଜମୁଛି । ୯ ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରାରେ ବଲିଉଡ ଓ ଓଲିଉଡର କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ ।

ସଞ୍ଜ ନଇଁଲେ ଲେଜର ଲାଇଟ ସୋ’ ଦର୍ଶକଙ୍କ ମନ ମୋହୁଛି । ଚଟାପଟ ଖାଦ୍ୟର ଦୋକାନ ଆଗରେ ଓ ମୀନା ବଜାରରେ ଲୋକଙ୍କ ଭିଡ ଜମୁଛି । ଉପର ଓ ତଳ ବାଲିଯାତ୍ରା ପଡିଆରେ ୧୭୦୦ ଷ୍ଟଲ ଖୋଲିଛି । ସେହିପରି ପଲ୍ଲିଶ୍ରୀ ମେଳାରେ ଏକ ହଜାରରୁ ଅଧିକ ବ୍ୟବସାୟୀ ବ୍ୟବସାୟ କରୁଛନ୍ତି । ଦୁଇ ବର୍ଷ କରୋନା ମହାମାରୀ ପରେ ବେଶ ଧୁମଧାମରେ ବାଲି ଯାତ୍ରା ଆୟୋଜନ କରୁଛି କଟକ ଜିଲ୍ଲା ପ୍ରଶାସନ ।