ଆମିଷପ୍ରେମୀ ଓଡ଼ିଶାବାସୀ : ୮୧ % ଭାରତୀୟ ଖାଆନ୍ତି ଆମିଷ

2,840

କନକ ବ୍ୟୁରୋ : ଆଜି ଛାଡଖାଇ । ଓଡିଶାର କୋଣ ଅନୁକୋଣରେ ଆମିଷ ବଜାରରେ ଆଜି ଖଚାଖଚ ଭିଡ ଦେଖାଯାଇଛି । କାର୍ତ୍ତିକ ମାସ ଥିବାରୁ ଏକ ମାସ ଧରି ନିରାମିଷ ଭୋଜନ ଖାଇବା ପରେ ଆଜି ଆମିଷ ଖାଇ ଛାଡଖାଇ ପାଳିବେ ଓଡିଆ । ଏହାରି ଭିତରେ ନ୍ୟାସନାଲ ଫ୍ୟାମିଲି ହେଲଥ ସର୍ଭେର ଏକ ରିପୋର୍ଟ ପ୍ରକାଶ ପାଇଛି ।

ଆମିଷପ୍ରେମୀ ଓଡ଼ିଶାବାସୀ

– ୮୧ % ଭାରତୀୟ ଆମିଷ ଖାଆନ୍ତି
– ୧୯ % ଭାରତୀୟ ନିରାମିଷ ଖାଆନ୍ତି
– ଏମାନଙ୍କ ମଧ୍ୟରେ ୮୭ % ପୁରୁଷ ରହିଛନ୍ତି
– ଅନ୍ୟପଟେ ମହିଳାଙ୍କ ସଂଖ୍ୟା ୭୫ %
– ସର୍ବାଧିକ ଆମିଷ ଖାଉଥିବା ରାଜ୍ୟ ମଧ୍ୟରେ ମିଜୋରାମ୍ ପ୍ରଥମ
– ମିଜୋରାମରେ ପ୍ରାୟ ଶତ ପ୍ରତିଶତ ଲୋକ ଆମିଷ ଖାଆନ୍ତି
– ଓଡିଶାରେ ମଧ୍ୟ ଆମିଷ ପ୍ରତି ଲୋକଙ୍କର ରହିଛି ଅହେତୁକ ରୁଚି
– ରାଜ୍ୟରେ ୯୬ % ଲୋକ ଆମିଷ ଖାଆନ୍ତି
– ରାଜ୍ୟରେ ୭୨ % ଲୋକେ ସପ୍ତାହରେ ଥରେ ମାଂସ ଖାଆନ୍ତି
– ଦେଶରେ ୪୬ % ଲୋକେ ସପ୍ତାହରେ ଥରେ ମାଂସ ଖାଆନ୍ତି
– ସବୁଠାରୁ କମ୍ ଆମିଷ ଖାଉଥିବା ରାଜ୍ୟ ମଧ୍ୟରେ ରାଜସ୍ଥାନ ଆଗରେ
– ରାଜସ୍ଥାନରେ ୪୩.୫ % ଲୋକ ଖାଆନ୍ତି ଆମିଷ