ପାକିସ୍ତାନ ଯିବା ପାଇଁ ୭ଟି ମିଛ କହିଥିଲେ ଅଞ୍ଜୁ । ସ୍ୱାମୀ ଏବଂ କମ୍ପାନୀକୁ ଏହିସବୁ ମିଛ କହିଛନ୍ତି ଅଞ୍ଜୁ । ସ୍ୱାମୀଙ୍କ ସହ ହୋଇ ଯାଇଛି ଛାଡ଼ପତ୍ର..

1,549

କନକ ବ୍ୟୁରୋ : ସୀମା ସଚିନଙ୍କ ପ୍ରେମ କାହାଣୀ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ଭାରତୀୟ ମହିଳା ଅଞ୍ଜୁ ପାକିସ୍ତାନରେ ପହଚିଂବା ଘଟଣାରେ ପ୍ରତିଦିନ ନୂଆ ନୂଆ ତଥ୍ୟମାନ ସାମନାକୁ ଆସୁଛି । ପାକିସ୍ତାନୀ ପ୍ରେମିକ ନାସରୁଲ୍ଲାଙ୍କ ପାଇଁ ଭାରତ ଛାଡ଼ିଥିବା କୁହାଯାଉଛି । ଏବେ ଅଞ୍ଜୁ ପାକିସ୍ତାନରେ ରହିଥିବାବେଳେ ଖୁବଶୀଘ୍ର ଭାରତ ଫେରି ଆସିବା ନେଇ ଏକ ଭିଡିଓ ମଧ୍ୟ ଜାରି କରିଛନ୍ତି । ଭାରତ ଫେରିବା ନେଇ ନିଜ ଝିଅକୁ ମଧ୍ୟ ପ୍ରତିଶୃତି ଦେଇଛନ୍ତି । ସେପଟେ ସ୍ୱାମୀ ଅରବିନ୍ଦ ମଧ୍ୟ ସ୍ତ୍ରୀଙ୍କ ଫେରିବା ବାଟକୁ ଚାହିଁ ରହିଥିବାବେଳେ ସରକାରଙ୍କ ସହଯୋଗ ଲୋଡ଼ିଛନ୍ତି ।

ସବୁଠାରୁ ବଡ଼ କଥା ହେଉଛି କି, ସୀମା ଯେତେବେଳେ ଭାରତରେ ପହଂଚିଥିଲେ ଏଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା । ସେ କିଭଳିଭାବେ ଭାରତରେ ପ୍ରବେଶ କଲେ ତାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା । କିନ୍ତୁ ସେ କିଭଳି ଭାବେ ଭାରତରେ ପହଚିଂଲେ ସେ କାହାଣୀ ସମସ୍ତଙ୍କୁ ଜଣାଇଛନ୍ତି । କିନ୍ତୁ ଅଞ୍ଜୁ ୱାଘା ବର୍ଡର ଦେଇ ପାକିସ୍ତାନରେ ପ୍ରବେଶ କରିବା ସହ ଆଇନଗତ ପ୍ରମାଣପତ୍ର ଠିକ ଥିବାନେଇ ଯୁକ୍ତି ବାଢ଼ିଛନ୍ତି । କିନ୍ତୁ ସେ ଅନେକ ମିଛ କହି ପାକିସ୍ତାନରେ ପହଚିଂଥିବା କୁହାଯାଉଛି । ଏପରିକି ତାଙ୍କ ସ୍ୱାମୀ ଅରବିନ୍ଦ ମଧ୍ୟ ନିଜର ପ୍ରତିକ୍ରିୟାରେ ଜଣାଇଛନ୍ତି କି, ପାକିସ୍ତାନ ଯିବା କଥା ଜଣାଇନଥିଲେ । ଜୟପୁର ସାଙ୍ଗ ପାଖକୁ ଯାଉଛି କହି ମିଛରେ ପାକିସ୍ତାନରେ ପହଚିଂଥିବା କହିଛନ୍ତି । ତେବେ ଆସନ୍ତୁ ନଜର ପକାଇବା ଅଞ୍ଜୁ କହିଥିବା ୭ ମିଛ ଉପରେ..

ଜୁଲାଇ ୨୦ ତାରିଖରେ ଅଞ୍ଜୁ ଯେତେବେଳେ ଘରୁ ବାହାରି ଥିଲେ । ସେତେବେଳେ ସ୍ୱାମୀ ଅରବିନ୍ଦ ତାଙ୍କୁ ପଚାରିଥିଲେ । ତୁମେ କେଉଁଆଡ଼େ ଯାଉଛ । ଉତରରେ ଅଞ୍ଜୁ କହିଥିଲେ କି, ମୁଁ ମୋର ଜଣେ ବନ୍ଧୁଙ୍କୁ ଦେଖା କରିବାକୁ ଜୟପୁର ଯାଉଛି । କିଛିଦିନ ମଧ୍ୟରେ ଫେରି ଆସିବି । ବାସ୍ତବରେ କିନ୍ତୁ ଜୟପୁରରେ ତାଙ୍କର କେହି ବନ୍ଧୁ ନାହାନ୍ତି । ସେଦିନ ସେ ଦିଲ୍ଲୀ ଯାଇଥିବା ଜଣାପଡ଼ିଛି ।

ରାଜସ୍ଥାନରୁ ସିଧା ପାକିସ୍ତାନରେ ପହଚିଂଥିଲେ । କିନ୍ତୁ ଅଞ୍ଜୁଙ୍କ ସମ୍ପର୍କରେ କାହାରିକୁ ଜଣାନଥିଲା । ଯେତେବେଳେ ଗଣମାଧ୍ୟମରେ ଖବର ପ୍ରଚାରିତ ହେଲା କି, ଜଣେ ଭାରତୀୟ ମହିଳା ପାକିସ୍ତାନୀ ପ୍ରେମିକଙ୍କ ପାଇଁ ପାକିସ୍ତାନରେ ପହଚିଂଛନ୍ତି । ଏହାପରେ ସ୍ୱାମୀ ଅରବିନ୍ଦ ଏସମ୍ପର୍କରେ ଜାଣିବାକୁ ପାଇଥିଲେ । ଏକଥା ଶୁଣିବା ପରେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହାପରେ ସେ ହ୍ୱାଟଆପରେ ଭିଡିଓ କଲ କରିଥିଲେ । ଜୁଲାଇ ୨୨ ତାରିଖରେ ସେ ଭିଡିଓ କଲ କରି ସତ କଣ ପଚାରିଥିଲେ । ଉତରରେ ଅଞ୍ଜୁ କହିଥିଲେ କି, ସେ ଲାହୋରରେ ଅଛନ୍ତି । ବାସ୍ତବାରେ କିନ୍ତୁ ଅଞ୍ଜୁ ସେତେବେଳେ ନାସରୁଲ୍ଲାଙ୍କ ସହ ତାଙ୍କ ଘରେ ଥିଲେ ।

ଭବାଡିରେ ଏକ କମ୍ପାନୀରେ କାମ କରୁଥିଲେ ଅଞ୍ଜୁ । ଗୋଆରେ ଭଉଣୀଙ୍କୁ ଭେଟିବା ପାଇଁ ଛୁଟି ଆବେଦନ କରି ଛୁଟି ନେଇଛନ୍ତି । ପ୍ରକୃତରେ ପାକିସ୍ତାନ ଆସିବା ଯୋଜନା କାହାକୁ ମଧ୍ୟ ଜଣାଇନଥିଲେ ।

ସ୍ୱାମୀ ଅରବିନ୍ଦ ଯେତେବେଳେ ଗଣମାଧ୍ୟମରେ ଖବର ଶୁଣିଥିଲେ, ପ୍ରେମିକ ପାଇଁ ପାକିସ୍ତାନ ଯାଇଛନ୍ତି ଅଞ୍ଜୁ । ସେତେବେଳେ ସେ ପ୍ରଶ୍ନ କରିଥିଲେ କି, ତୁମେ ପାକିସ୍ତନାରେ ବିବାହ କରିବାକୁ ଚାହୁଁଛ କି, । ଉତରରେ ସେ ନାହିଁ କହିଥିଲେ । କିନ୍ତୁ ପାକିସ୍ତାନ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି କି, ସେ ବିବାହ କରିବା ନେଇ ପ୍ରତିକ୍ରିୟା ଦେଇଛନ୍ତି ।

ଫେସବୁକରୁ ନାସରୁଲ୍ଲାଙ୍କ ସହ ବନ୍ଧୁତା ଏବଂ ପରେ ପ୍ରେମ ସମ୍ପର୍କ ପାକିସ୍ତାନ ଗଣମାଧ୍ୟମରେ ପ୍ରସାରିତ କରାଯାଉଛି । ଏକଥାକୁ ଅଞ୍ଜୁ ମିଛ ବୋଲି ଭାରତ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ବାସ୍ତବରେ କିନ୍ତୁ ସେ ପାକିସ୍ତାନ ଗଣମାଧ୍ୟମକୁ ଓଲଟା ପ୍ରତିକ୍ରିୟା ଦେଇଥିବାର ତଥ୍ୟ ମଧ୍ୟ ରହିଛି ।

ପାକିସ୍ତାନ ପୁଲିସ ଯେତେବେଳେ ଅଞ୍ଜୁଙ୍କୁ ଜେରା କରିଥିଲା ସେତେବେଳେ ସେ କହିଥିଲେ କି, ସେ ନାସରୁଲ୍ଲାଙ୍କ ପାଇଁ ପାକିସ୍ତାନ ଆସିଛନ୍ତି । ସ୍ୱାମୀ ଅରବିନ୍ଦଙ୍କ ସହ ତାଙ୍କର ଛାଡ଼ପତ୍ର ହୋଇ ସାରିଛି । ସେ ପାକିସ୍ତାନରେ ରହିବାକୁ ଚାହାନ୍ତି । କିନ୍ତୁ ଭାରତୀୟ ଗଣମାଧ୍ୟମରେ ଓଲଟା କହୁଛନ୍ତି । ସେ ଭାରତ ଫେରିବାକୁ ଚାହୁଁଛନ୍ତି ।

ପାକିସ୍ତାନରେ ପ୍ରବେଶ କରିବା ପାଇଁ ସମସ୍ତ ଆଇନଗତ ପ୍ରମାଣପତ୍ର ଠିକ ଥିବା ନେଇ ଅଞ୍ଜୁ ଯୁକ୍ତି ବାଢ଼ି ଆସୁଛନ୍ତି । ବାସ୍ତବରେ କିନ୍ତୁ ପାକିସ୍ତାନ ଯିବା ପାଇଁ ସେ ଯେଉଁ ଭିସା ଆବେଦନ କରିଛନ୍ତି ସେଥିରେ ସେ ଗସ୍ତ କାରଣ ବୋଲି ଦର୍ଶାଇଥିବାବେଳେ ହୋଟେଲ ମ୍ୟାନେଜର ବୋଲି ଦର୍ଶାଇଛନ୍ତି । ଯାହାକି ସମ୍ପୂର୍ଣ୍ଣଭାବେ ଭୁଲ ତଥ୍ୟ ବୋଲି ସମସ୍ତେ ଜାଣିଛନ୍ତି ।

ଗୋଟିଏ ପଟେ ସୀମା ଭାରତରେ ରହିଥିବାବେଳେ ଅନ୍ୟପଟେ ଅଞ୍ଜୁ ପାକିସ୍ତାନରେ ଅଛନ୍ତି । ଉଭୟଙ୍କ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।