ପୋଲିସକୁ ପିଟିଲେ ଅଭିଯୁକ୍ତର ପରିବାର : ଭଦ୍ରକ ଗୋରାମାଟି ଗାଁରେ ଆକ୍ରମଣରେ ୫ପୋଲିସ କର୍ମଚାରୀ ଆହତ

222

କନକ ବ୍ୟୁରୋ : ଅଭିଯୁକ୍ତକୁ ଧରିବାକୁ ଯାଇ ପିଟା ଖାଇଲା ପୋଲିସ । ଅଭିଯୁକ୍ତର ପରିବାର ଲୋକର ଆକ୍ରମଣରେ ଆହତ ହୋଇଛନ୍ତି ୫ ପୋଲିସ କର୍ମଚାରୀ । ଘଟଣାଟି ଭଦ୍ରକ ଗୋରାମାଟି ଗାଁରେ ଘଟିଛି । ପୋଲିସ ଅଭିଯୁକ୍ତକୁ ଧରିବାକୁ ଯାଇଥିବା ବେଳେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛନ୍ତି ପରିବାର ଲୋକ ଓ ସମ୍ପର୍କୀୟ । ଆହତଙ୍କ ମଧ୍ୟରୁ ଜଣେ ମହିଳା ଓ ପୁରୁଷ କନଷ୍ଟେବଳ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କ ଆହତ ଓ ଗୁରୁତରଙ୍କୁ ସବରଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗାଁରେ ଉତ୍ତେଜନା ପ୍ରକାଶ ପାଇବାରୁ ପୋଲିସ ପହଂଚିଛି ।