ହୀରାକୁଦରେ ଖୋଲିଲା ଆଉ ୫ଟି ଗେଟ୍: ମୋଟ ୭ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ

178

କନକ ବ୍ୟୁରୋ: ଉପରେ ମୁଣ୍ଡରେ ବର୍ଷା ଯୋଗୁଁ ବଢ଼ୁଛି ହୀରାକୁଦର ଜଳସ୍ତର । ଆଜି ସନ୍ଧ୍ୟା ସୁଦ୍ଧା ୧୦ଟି ଗେଟ୍ ଖୋଲିବା ନେଇ ସୂଚନା ହୀରାକୁଦ ଡ୍ୟାମ୍ କର୍ତୃପକ୍ଷ ସୂଚନା ଦେଇଛନ୍ତି । ମଧ୍ୟାହ୍ନ ସାଢେ ୨ଟାରେ ୫ଟି ଗେଟ୍ ଖୋଲାଯାଇଥିବା ବେଳେ ସନ୍ଧ୍ୟା ବେଳେ ଆଉ ୫ ଟି ଗେଟ ଖୋଲାଯିବ । ଏବେ ମୋଟ ୭ଟି ଗେଟ ଦେଇ ବନ୍ୟାଜଳ ନିସ୍କାସନ କରାଯାଉଛି । ପ୍ରତି ସେକେଣ୍ଡରେ ୧୫ ହଜାର କ୍ୟୁସେକ ଜଳ ନିସ୍କାସନ କରାଯାଉଛି । ବନ୍ୟା ଜଳ ଆସୁଥିବାରୁ ପ୍ରଶାସନକୁ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି । ଭାଙ୍ଗିଥିବା ଘାଇରେ ବାଲି ବସ୍ତା ପକାଇ ରଖାଯାଇଛି । ଅଧିକାରୀମାନଙ୍କୁ ସନ୍ଧ୍ୟା ଯାଏ ଗ୍ରାଉଣ୍ଡରେ ରହିବାକୁ ନିର୍ଦ୍ଦେଶ ଦେଇଛି ।