ଉଦଘାଟିତ ହେଲା ଭୁବନେଶ୍ୱର ବାଲିଯାତ୍ରା : ମନ ମୋହିଲା ଭଜନ ସମାରୋହ ଓ ଓଡ଼ିଶୀ ନୃତ୍ୟ

178

କନକ ବ୍ୟୁରୋ : ଉଦଘାଟିତ ହେଲା ଭୁବନେଶ୍ୱର ବାଲିଯାତ୍ରା । ଏହା ଭୁବନେଶ୍ୱର ବାଲିଯାତ୍ରାର ଚତୁର୍ଥ ସଂସ୍କରଣ । ୨୦୧୭ରୁ ଆରମ୍ଭ ହୋଇଥିବା ଏହି ବାଲିଯାତ୍ରା କରୋନା ମହାମାରୀ ପାଇଁ ୨୦୨୦ ଓ ୨୦୨୧ ରେ ବନ୍ଦ ରହିଥିଲା । ଏବେ ଦୁଇ ବର୍ଷର ବ୍ୟବଧାନ ପରେ ଅନୁଷ୍ଠିତ ହୋଇଛି ଭୁବନେଶ୍ୱର ବାଲିଯାତ୍ରା । ଏଥିରେ ୫୦୦ ଷ୍ଟଲ୍ ପଡ଼ିଥିବା ବେଳେ ୫୦ ରୁ ଅଧିକ ଖୋଲା ଆକାଶ ତଳେ ଦୋକାନ ରହିଛି । ଏହା ବ୍ୟତୀତ ଏଠାରେ ଛୋଟ ପିଲାଙ୍କ ପାଇଁ ବିଭିନ୍ନ ଦୋଳିର ମଧ୍ୟ ବ୍ୟବସ୍ଥା ରହିଛି ।

ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି । ଗତକାଲି ପ୍ରଥମ ଦିନରେ ହଜାର ହଜାର ସଂଖ୍ୟାରେ ଲୋକେ ବୁଲିବାକୁ ଆସିଛନ୍ତି । ଭୁବନେଶ୍ୱର ବାଲିଯାତ୍ରାର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଅଶୋକ ପଣ୍ଡା , ମେୟର ସୂଲୋଚନା ଦାସ , ବିଧାୟକ ଅନନ୍ତ ନାରାୟଣ ଜେନା, ଉତର ଭୁବନେଶ୍ୱର ବିଧାୟକ ସୁଶାନ୍ତ କୁମାର ରାଉତ , ଓଡ଼ିଶା ମୋ ପରିବାର ଆବାହକ ଅରୂପ କୁମାର ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ ।