ବେଗୁସରାୟ ଗୁଳିକାଣ୍ଡ ଘଟଣା : ୩ ଦିନ ପରେ ପୋଲିସକୁ ବଡ ସଫଳତା, ୪ ଅଭିଯୁକ୍ତ ଗିରଫ

68

କନକ ବ୍ୟୁରୋ : ବିହାର ବେଗୁସରାୟ ଗୁଳିକାଣ୍ଡ ଘଟଣାର ୩ ଦିନ ପରେ ବିହାର ପୋଲିସକୁ ବଡ ସଫଳତା । ବିଚ୍ ରାସ୍ତାରେ ଆଖୁବୁଜା ଗୁଳିଚାଳନା ଘଟଣାରେ ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି । ସମସ୍ତ ଅଭିଯୁକ୍ତ ବେଗୁସରାୟର ବୋଲି ଜଣାପଡିଛି । ଏମାନଙ୍କ ସମ୍ପର୍କରେ ସୂଚନା ଦେବା ପାଇଁ ପୋଲିସ ୫୦ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା । ତେବେ ଗୁରୁବାର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଚଳନ୍ତା ଟ୍ରେନରୁ ଗିରଫ କରିଥିବା ବେଳେ ଶୁକ୍ରବାର ବାକି ୩ ଜଣଙ୍କୁ ଗିରଫ କରାଯାଇଛି ।

ସୂଚନା ମୁତାବକ ମଙ୍ଗଳବାର ସନ୍ଧ୍ୟାରେ ବେଗୁସରାୟ ସହରରେ ରାସ୍ତାରେ ଯାଉଥିବା ଲୋକଙ୍କ ଉପରକୁ ଆଖିବୁଜା ଗୁଳିଚାଳନା କରିଥିଲେ । ପ୍ରାୟ ଘଂଟାଏ କାଳ ଜାତୀୟ ରାଜପଥରେ ଦିର୍ଘ ୩୦ କିଲୋମିଟର ଯାଏ ଗୁଳିଚାଳନା କରିଥିଲେ ଦୁର୍ବୃତ । ଜିଲ୍ଲାର ୧୦ଟି ସ୍ଥାନରେ ଆଖିବୁଜା ଗୁଳି ଚଳାଇ ଆତଙ୍କ ମଚାଇଥିଲେ । ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଆହତ ହୋଇଥିଲେ । ଏହି ଘଟଣାରେ କାର୍ଯ୍ୟରେ ଅବହେଳା ପାଇଁ ୭ ପୋଲିସ କର୍ମଚାରୀଙ୍କୁ ନିଳମ୍ବିତ କରାଯାଇଛି ।