ନିଲମ୍ବିତ ହେଲେ ୩ ପୋଲିସ କର୍ମୀ: କର୍ତ୍ତବ୍ୟରେ ଅବହେଳା ପାଇଁ ହେଲେ ନିଲମ୍ବିତ

2,306

କନକ ବ୍ୟୁରୋ: ନୟାଗଡ ସଦର ଥାନା ଗୋଳଗୋଳା ଗାଁରେ ସିରିଜ ଲୁଟ ଘଟଣାରେ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ । କର୍ତ୍ତବ୍ୟରେ ଅବହେଳା କରିଥିବା ସଦର ଥାନାର ୩ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କଲେ ନୟାଗଡ଼ ଏସପି । ନିଲମ୍ବିତ ୩ ପୋଲିସ କର୍ମଚାରୀ ହେଲେ ଏସଆଇ ହସିନା ପ୍ରଧାନ, ଏଏସଆଇ ରାଜେଶ୍ଵରୀ ଓ କନେଷ୍ଟବଳ ପୂର୍ଣ୍ଣଚନ୍ଦ୍ର ମହାପାତ୍ର । ଲୁଟ ସମ୍ପର୍କରେ ସୂଚନା ପାଇ ମଧ୍ୟ କୌଣସି ପଦକ୍ଷେପ ନେଇନଥିବାରୁ ଏମାନଙ୍କ ବିରୁଦ୍ଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଏସପି କହିଛନ୍ତି । ଗତ ୩୦ ତାରିଖ ବିଳମ୍ବିତ ରାତିରେ ଗୋଳଗୋଳା ଗାଁର ୩ ଟି ଘରୁ ପ୍ରାୟ ୨୦ ଲକ୍ଷରୁ ଅଧିକ ମୂଲ୍ୟର ସୁନା ଅଳଙ୍କାର ଓ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଥିଲା । ଖବର ପାଇ ଏସପି ରାହୁଲ ଜୈନ ଘଟଣାସ୍ଥଳ ପରିଦର୍ଶନ କରିବା ସହ ସଦର ପୋଲିସର ଅବହେଳା ସମ୍ପର୍କରେ ଅଭିଯୋଗ ପାଇଥିଲେ । ତଦନ୍ତ ପରେ ସମ୍ପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।