ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ: ଚାଲିଗଲା ୩ ଜୀବନ, ୨ ଗୁରୁତର

284

କନକ ବ୍ୟୁରୋ: ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ । ଫଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବିସ୍ଫୋରଣ ପରେ ପୋଖରୀରୁ ମିଳିଲା ମୃତଦେହ । ସେହିପରି ଗୁରୁତର ହୋଇଥିବା ୨ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ଇଚ୍ଛାପୁର ମାଧୁରୀ ବଜାରରେ ଘଟିଛି ଏଭଳି ଘଟଣା । ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ଅଗ୍ନିଶମ ବାହିନୀ କର୍ମଚାରୀ ।

ସୂଚନା ମୁତାବକ ଆଜି ମଧ୍ୟାହ୍ନରେ ଇଚ୍ଛାପୁରସ୍ଥିତ ମାଧୁରୀ ବାଜାରରେ ଥିବା ବାଣ ଗୋଦାମରେ ପ୍ରାୟ ୧.୧୫ ମିନିଟ ସମୟରେ ହଠାତ ନିଆଁ ଲାଗି ଯାଇଥିଲା। କେହି କିଛି ବୁଝିବା ପୂର୍ବରୁ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା। ତେବେ ଗୋଦାମ ଭିତରେ ଥିବା ଲୋକମାନେ ବାହାରି ପାରି ନଥିଲେ। ଏହି ଘଟଣା ପରେ ସ୍ଥାନୀୟ ଲୋକ, ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବା ସହ ୩ ମୃତଦେହ ଉଦ୍ଧାର କରିଥିଲେ ଆଉ ୨ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇଛନ୍ତି । ତେବେ ସେମାନଙ୍କ ସ୍ଥିତି ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।