ମହୁଲ ପୋଚ ଖାଇ ମାତାଲ ହାତୀ : ଦୀର୍ଘ ସମୟ ଧରି ଶୋଇ ରହିଲେ ୨୪ ହାତୀ

1,683

କନକ ବ୍ୟୁରୋ : ମହୁଲ ପୋଚ ଖାଇ ମାତାଲ ହୋଇଗଲେ ୨୪ ହାତୀ । ନିଶାରେ କେଉଁଆଡ଼େ ଯାଇନପାରି କାଜୁ ଜଙ୍ଗଲରେ ଶୋଇପଡ଼ିଲେ । କେନ୍ଦୁଝର ପାଟଣା ରେଞ୍ଜ ଶିଲିପଦା କାଜୁ ଜଙ୍ଗଲରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । କିଛି ଦିନ ହେଲା ୨୪ ଟିକିଆ ହାତୀପଲ ପାଟଣା ରେଞ୍ଜ ଅଞ୍ଚଳରେ ଉତ୍ପାତ ମଚାଉଛନ୍ତି ।

ହେଲେ ଆଜି ଏଭଳି ଏକ ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସକାଳୁ ସକାଳୁ ସ୍ଥାନୀୟ ଲୋକେ ହାତୀ ଗୁଡ଼ିକ ଏଣେ ତେଣେ ଶୋଇ ରହିଥିବାର ଦେଖିବାକୁ ପାଇଥିଲେ । ଦୀର୍ଘ ସମୟ ଧରି ଶୋଇ ରହିଥିବା ବେଳେ ଲୋକଙ୍କ ହୋ-ହଲ୍ଲାରେ ହାତୀ ପଲ ଉଠି ଚାଲିଯାଇଥିଲେ । ଲୋକଙ୍କ କହିବା ଅନୁସାରେ ଜଙ୍ଗଲରେ ଲୋକେ ମଦ ପ୍ରସ୍ତୁତ ପାଇଁ ମହୁଲ ପୋଚ ରଖିଥିଲେ । ସେହି ମହୁଲ ପୋଚ ଖାଇ ହାତୀ ନିଶାରେ ମାତାଲ ହୋଇ ଶୋଇପଡ଼ିଥିଲେ ।