Daily Archives

January 3, 2018

ନିର୍ବାଚନ ପାଣ୍ଠିକୁ ସ୍ୱଚ୍ଛ କରିବ କି ଇଲେକ୍ଟୋରାଲ ବଣ୍ଡ ? ଜନତା ଜାଣିବେନି, ସରକାର ଜାଣିପାରନ୍ତି ଚାନ୍ଦାର ଉତ୍ସ

କନକ ବ୍ୟୁରୋ : ଇଲେକ୍ଟୋରାଲ ବଣ୍ଡ କାର୍ଯ୍ୟକାରୀ ହେବା ନେଇ ଘୋଷଣା ପରେ କିଛି ଏଭଳି ପ୍ରଶ୍ନ ଏବେ ସାମ୍ନାକୁ ଆସିଛି । ନିର୍ବାଚନ ପାଣ୍ଠିରେ ସ୍ୱଚ୍ଛତା ନେଇ ନିଆଯାଇଥିବା ଏହି ପଦକ୍ଷେପ ବିବାଦ ବଢାଇବାର ଆଶଙ୍କା ରହିଛି । ଦାତାଙ୍କ ନାମ ଗୋପନୀୟ ରହୁଥିବା ବେଳେ କେବଳ ବ୍ୟାଙ୍କ ଜାଣିପାରିବ,…

ବରଯାତ୍ରୀଙ୍କ ବାଟ ଓଗାଳିଲା ପୁଲିସ ! ରାଜଧାନୀ ଭୁବନେଶ୍ୱରର ପ୍ରମୁଖ ୫ଟି ରାସ୍ତାରେ ବର ଶୋଭାଯାତ୍ରା ଉପରେ କଟକଣା

କନକ ବ୍ୟୁରୋ : ରାଜଧାନୀର ଏହି ପାଂଚଟି ମୁଖ୍ୟ ରାସ୍ତାରେ ଆଉ ନାଚି ପାରିବେନି ବରଯାତ୍ରୀ । ଫେବୃଆରୀ ୧ ରୁ ଏସବୁ ରାସ୍ତାରେ ବରଯାତ୍ରୀ ଉପରେ କଟକଣା ଲଗାଇଛି କମିଶନରେଟ୍ ପୋଲିସ । ବଢୁଥିବା ଜନସଂଖ୍ୟା ସହ ଟ୍ରାଫିକ ସମସ୍ୟା ପାଇଁ ଲାଗୁ ହୋଇଛି ଏହି କଟକଣା । ଏସବୁ ରାସ୍ତା କଡରେ ଥିବା ବିବାହ…

ସମୟ ଗଡୁଛି ସନ୍ଦେହ ବଢୁଛି : କେବେହେବ ବିଜେପୁର ଉପନିର୍ବାଚନ ପାଇଁ ତାରିଖ ଘୋଷଣା

କନକ ବ୍ୟୁରୋ : ରାଜ୍ୟ ପରେ ରାଜ୍ୟର ଉପନିର୍ବାଚନ ତାରିଖ ଘୋଷଣା ହେଉଛି । ହେଲେ ଘୋଷଣା ହେଉନାହିଁ ବିଜେପୁର ଉପନିର୍ବାଚନର ତାରିଖ । ସେପଟେ ବିଧାୟକ ସୁବଳ ସାହୁଙ୍କ ମୃତ୍ୟୁକୁ ଫେବ୍ରୁୟାରୀ ୧୮ ତାରିଖରେ ୬ ମାସ ପୁରୁଛି । ଅଗଷ୍ଟ ମାସରେ ବିଜେପୁର ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ହୋଇଥିଲା ।…

ମାତ୍ର ୬୫ ଟଙ୍କା ପାଇଁ ଚାଲିଗଲା ଡାକ୍ତରଙ୍କ ଜୀବନ ! ଅଟୋଭଡା ନଦେଇ ପାରିବାରୁ ହାର୍ଟ ଆଟାକରେ ମରିଗଲେ ଡାକ୍ତର

କନକ ବ୍ୟୁରୋ : ବିଳମ୍ବିତ ରାତିରେ ଅଚାନକ୍ ସ୍ୱାମୀ ଅନୁଭବ କରିଥିଲେ ଛାତି ଯନ୍ତ୍ରଣା । ଡାକ୍ତରଖାନାକୁ ଆଣିବା ପାଇଁ ଗାଡ଼ିମଟର ନଥିବାରୁ କଟକ ଷ୍ଟେସନ୍ ଅଂଚଳର ପ୍ରିପେଡ୍ କାଉଂଟରକୁ ଧାଇଁ ଆସିଥିଲେ ଡାକ୍ତର ହୃଷିକେଶ ଓଝାଙ୍କ ପତ୍ନୀ । ହେଲେ ବ୍ୟସ୍ତତା ଏବଂ ମାନସିକ ଚାପ ଭିତରେ ପର୍ସ ଆଣିବା…

ବୀର ପୁଅକୁ ଶେଷ ସମ୍ମାନ ଜଣାଇଲା ସହିଦ ମାଟି : ସହିଦ ପ୍ରଦୀପ ପଣ୍ଡାଙ୍କ ଶେଷ ଯାତ୍ରାରେ ସାମିଲ ହେଲେ ହଜାର ହଜାର ଲୋକ

କନକ ବ୍ୟୁରୋ : ଲୁହରେ ଭିଜୁଥିଲା ଲିପିଲୋଇ, ହେଲେ ଗର୍ବ କରୁଥିଲା ଗାଁ ମାଟି । ସମସ୍ତଙ୍କ ଆଖିରେ ଲୁହ ଥିଲା ଆଉ ଗର୍ବରେ ଛାତି ଫୁଲିଉଠୁଥିଲା । ଦେଶପାଇଁ ଜୀବନ ଦେଇ ଅମର ପାଲଟିଯାଇଥିଲେ ଗାଁର ପୁଅ ପ୍ରଦୀପ ପଣ୍ଡା । ସୀମାରେ ସହିଦ ପ୍ରଦୀପଙ୍କୁ ଅନ୍ତିମ ବିଦାୟ ଦେବାକୁ ଛୁଟିଥିଲା ଅଜସ୍ର ଭିଡ ।…