ଅଚଳ ହେବାକୁ ଯାଉଛି ୨ ହଜାର ଟଙ୍କିଆ ନୋଟ୍ । ଖବର ଶୁଣିବା ପରେ, ମନ୍ଦିରରେ ୮ ଲକ୍ଷ ଟଙ୍କା ଦାନ କରିଦେଲା ଭକ୍ତ ।

694

କନକ ବ୍ୟୁରୋ: ଦେଶରେ ଖୁବଶୀଘ୍ର ଅଚଳ ହେବାକୁ ଯାଉଛି ୨ ହଜାର ଟଙ୍କିଆ ନୋଟ୍ । ଦେଶରେ ଏହି ନୋଟବନ୍ଦୀ ହେବା ପରେ ଏବେ ହିମାଚଳ ପ୍ରଦେଶର ଜ୍ୱାଲାମୁଖୀ ମନ୍ଦିରରେ ଜଣେ ଭକ୍ତ ଦେବୀ ମାଙ୍କୁ, ୪ ଶହ ୨ ହଜାର ଟଙ୍କିଆ ନୋଟ୍ ଦାନ କରିଦେଇଛନ୍ତି । ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ମିଳିଥିବା ସୂଚନା ମୁତାବକ, ଦେବୀ ମାଆଙ୍କ ମନ୍ଦିରକୁ ବଡ ବଡ ଭକ୍ତମାନେ ଆସିଥାନ୍ତି । ଏହି ଭକ୍ତ ମାନେ ମାଆଙ୍କ ପାଖରେ ବଡ ବଡ ଦାନ ମଧ୍ୟ କରିଥାନ୍ତି । ଯାହାକୁ କି ମା ଜ୍ୱାଲାମୁଖୀଙ୍କ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଖର୍ଚ୍ଚା କରାଯାଇଥାଏ । ତେବେ ଜଣେ ଭକ୍ତ ଏତେ ପରିମାଣର ଟଙ୍କା ଦାନ କରିବା ଏବେ ଚର୍ଚ୍ଚାର କାରଣ ପାଲଟିଛି ।

ଜ୍ୱାଲାମୁଖୀ ମନ୍ଦିରର ଅଧ୍ୟକ୍ଷଙ୍କ କହିବା ମୁତାବକ, ୨ ହଜାର ଟଙ୍କିଆ ନୋଟର ଏବେ ବଦଳାଯାଉଛି । ତେଣୁ ବର୍ତ୍ତମାନ ଯଦି ମନ୍ଦିରକୁ ଏହି ୨ ହଜାର ଟଙ୍କିଆ ନୋଟ୍ ଦାନ ଆକାରରେ ମିଳିବ, ତେବେ ଏହାର ଲାଭ ମନ୍ଦିର ନିଶ୍ଚୟ ପାଇବ । ମନ୍ଦିରର ବିକାଶ ପାଇଁ ଏହି ଟଙ୍କା ଖର୍ଚ୍ଚା କରାଯିବ । ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଭାରତୀୟ ସେନାର ଡୋଗ୍ରା ରେଜିମେଣ୍ଟର ଜଣେ ଅପିସର ଏହି ମନ୍ଦିରକୁ ୪ ଶହ କିଲୋଗ୍ରାମ ପିତଳରେ ନିର୍ମିତ ଦୁଇଟି ସିଂହ ଦାନ କରିଥିଲେ । ସେତେବେଳେ ମଧ୍ୟ ଏହି ଦାନକୁ ନେଇ ବେଶ ଚର୍ଚ୍ଚା ହୋଇଥିଲା ।