ଗୁଏନାର ଏକ ଛାତ୍ରୀ ନିବାସରେ ଅଗ୍ନିକାଣ୍ଡ : ଭୟଙ୍କର ଅଗ୍ନିକାଣ୍ଡରେ ପୋଡିଯାଇ ୧୯ ଛାତ୍ରୀ ମୃତ

384

କନକ ବ୍ୟୁରୋ : ଗୁଏନାର ଏକ ଛାତ୍ରୀ ନିବାସରେ ଅଗ୍ନିକାଣ୍ଡ । ଭୟଙ୍କର ଅଗ୍ନିକାଣ୍ଡରେ ପୋଡିଯାଇ ୧୯ ଛାତ୍ରୀ ମୃତ । ଘଟଣାସ୍ଥଳରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମେଡିକାଲରେ ୫ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ସେହିପରି ୯ରୁ ଅଧିକ ଗୁରୁତର ମେଡିକାଲରେ ଭର୍ତ୍ତି ହୋଇଛି । ୬ଛାତ୍ରୀଙ୍କୁ ଏୟାରଲିଫ୍ଟ ଯୋଗେ ଜର୍ଜଟାଉନ ସ୍ଥାନାନ୍ତର କରାଯାଇଛି । ସବୁଠାରୁ ବଡ କଥା ହେଉଛି ଭୟଙ୍କର ନିଆଁ ଭିତରୁ ୨୦ ଛାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।