ସ୍ୱାସ୍ଥ୍ୟକେନ୍ଦ୍ର ଘେରିଲେ ୧୫ ପଞ୍ଚାୟତ ବାସିନ୍ଦା । ଡାକ୍ତର ନଥିବାରୁ ନାନାଦି ଅସୁବିଧା ଭୋଗୁଛନ୍ତି ଲୋକ ।

81

କନକ ବ୍ୟୁରୋ: ସ୍ୱାସ୍ଥ୍ୟକେନ୍ଦ୍ର ଘେରିଲେ ୧୫ ପଞ୍ଚାୟତ ବାସିନ୍ଦା । ସ୍ୱାସ୍ଥ୍ୟକେନ୍ଦ୍ରରେ ବିଭିନ୍ନ ସମସ୍ୟା ନେଇ ପିପିଲି, ନିମାପଡ଼ା ଓ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ୧୫ଟି ପଞ୍ଚାୟତ ଲୋକେ ପ୍ରତିବାଦ କରିଛନ୍ତି । ସେମାନଙ୍କର ଦାବି ହେଲା, ଚିକିତ୍ସା ପାଇଁ ବଳଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଥିବା ବେଳେ ଡାକ୍ତର ନଥିବାରୁ ଲୋକେ ନାହିଁ ନଥିବା ସମସ୍ୟାର ସାମ୍ନା କରୁଛନ୍ତି । ଏମିତିକି ଶୁକ୍ରବାର ବିଦ୍ୟୁତ ଆଘାତରେ ଗୁରୁତର ହୋଇଥିବା ତ୍ରିଲୋଚନ ପାତ୍ର ନାମକ ଯୁବକ ପ୍ରାଥମିକ ଚିକିତ୍ସା ଅଭାବରୁ ମୃତ୍ୟୁବରଣ କରିଥିଲେ । ଯାହାକୁ ନେଇ ଜନଅସନ୍ତୋଷ ଦେଖିବାକୁ ମିଳିଛି । ଉତ୍ୟକ୍ତ ଲୋକେ ବଳଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ରକୁ ତାଲା ପକାଇ ପ୍ରତିବାଦ କରିବା ସହ ମେଡିକାଲକୁ ଘେରାଉ କରିଛନ୍ତି । ସେପଟେ ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।