ରେକର୍ଡ କଲା କୋରାପୁଟର ବିଜ୍ଞାନ ଇଣ୍ଟରନ୍ୟାସନାଲ ଡିଗ୍ରୀ କଲେଜ, ୨୦୨୦-୨୩ ଡିଗ୍ରୀ ପରୀକ୍ଷାରେ ଶତ ପ୍ରତିଶତ ଫଳାଫଳ

182

କନକ ବ୍ୟୁରୋ : କୋରାପୁଟର ବିଜ୍ଞାନ ଇଣ୍ଟରନ୍ୟାସନାଲ ଡିଗ୍ରୀ କଲେଜ ୨୦୨୦-୨୩ ଡିଗ୍ରୀ ପରୀକ୍ଷା ଫଳରେ ବିଜ୍ଞାନରେ ସମସ୍ଥ ଛାତ୍ରଛାତ୍ରୀ ପାସ କରିଛନ୍ତି । କଲେଜର ଟି ମଞ୍ଜୁସା ବିଜ୍ଞାନ କମ୍ପ୍ୟୁଟର ବିଭାଗରେ ସର୍ବୋଚ୍ଚ ୯.୩ ସି ଜି ପି ଏ ରଖି କଲେଜ ଟପ୍ପର ହୋଇଛନ୍ତି । ସେହିପରି ସିମ୍ରନ୍ ଖରା (ଉଦ୍ଭିଦ ବିଜ୍ଞନ) ରେ, ସସ୍ମିତା ପାଣିଗ୍ରାହୀ (କମ୍ପ୍ୟୁଟର ସାଇନସ୍) , ତପସ୍ଵିନୀ ଜେନା (ପଦାର୍ଥ ବିଜ୍ଞାନ) ରେ ୮.୯ ସି ଜି ପି ଏ ରଖି ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଏତଦ୍ ବ୍ୟତୀତ ପ୍ରିୟଙ୍କା ପ୍ରିୟଦର୍ଶିନୀ (ପ୍ରାଣୀ ବିଜ୍ଞାନ) ୮.୭ ସି ଜି ପି ଏ, ସୁଚିଶ୍ମିତା ଜେନା (ଉଦ୍ଭିଦ ବିଜ୍ଞାନ)୮.୬ ସି ଜି ପି ଏ, ବନିତା ମିଶ୍ର (ପଦାର୍ଥ ବିଜ୍ଞାନ), ୮.୬ ସି ଜି ପି ଏ, ସୁମନ ପ୍ରସାଦ ସାହୁ (ଉଦ୍ଭିଦ ବିଜ୍ଞାନ)୮.୫ ସି ଜି ପି ଏ, ସୁମନ ପାଣିଗ୍ରାହୀ (ପ୍ରାଣୀ ବିଜ୍ଞାନ) ୮.୪ ସି ଜି ପି ଏ ରଖି ପରୀକ୍ଷାରେ କୃତିତ୍ୱ ହାସଲ କରିଛନ୍ତି। ଏହି ସଫଳତା ପାଇଁ ମହାବିଦ୍ୟାଳୟର ସଭାପତି ସୁବ୍ରତ କୁମାର ମିଶ୍ର ସମସ୍ତ ଛାତ୍ର ଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ସମସ୍ତ ଅଧ୍ୟାପକ ଅଧ୍ୟାପିକାଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।