ବୁର୍ଲା ଭିମସାରରେ ୨ ଶିଶୁ କରୋନା ପଜିଟିଭ । ୮ ମାସର ଓ ୫ ବର୍ଷର ଶିଶୁ କୋଭିଡ ସଂକ୍ରମିତ ହୋଇଥିବା ଭିମସାର ଅଧୀକ୍ଷକଙ୍କ ସୂଚନା

145

କନକ ବ୍ୟୁରୋ : ବୁର୍ଲା ଭିମସାରରେ ୨ ଶିଶୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ୭ ମାସର ଓ ଅନ୍ୟ ଜଣେ ୫ ବର୍ଷର ଶିଶୁ । ଭିମସାର ଅଧୀକ୍ଷକ ଡାକ୍ତର ଲାଲମୋହନ ନାୟକ ଦେଇଥିବା ସୂଚନା ଅନୁସାରେ ଉଭୟ ଶିଶୁ ଅସୁସ୍ଥତା ଯୋଗୁଁ ଭିମସାରରେ ଭର୍ତି ହୋଇଥିଲେ । ମାତ୍ର ଆଂଟିଜେନ ଟେଷ୍ଟରେ ଉଭୟ ପଜିଟିଭ ଚିହ୍ନଟ ହୋଇଛନ୍ତି । ଭିମସାର କୋଭିଡ ସେଂଟରରେ ଉଭୟଙ୍କ ଚିକିତ୍ସା ଜାରି ରହିଛି । ତେବେ ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ।
ରାଜ୍ୟରେ କରୋନା ସଂକ୍ରମଣ ହଜାରେ ତଳକୁ ଖସୁନଥିବା ବେଳେ, ଭିମସାରରେ ୨ ଶିଶୁଙ୍କ କରୋନା ପଜିଟିଭ୍ ବାହାରିବା ଚିନ୍ତାର ବିଷୟ ପାଲଟିଯାଇଛି । ଲକଡାଉନ୍ କଟକଣା କୋହଳ ହୋଇଥିବା ବେଳେ ସଂକ୍ରମଣ ପୁଣି ବଢିବନି ତ? ରାଜ୍ୟ ସରକାର ଏହି ଘଟଣାକୁ ଗୁରୁତର ସହ ନେବା ନିହାତି ଆବଶ୍ୟକ