ଶିକ୍ଷକଙ୍କ ଦେଶଭକ୍ତି: ପତାକା ଉତ୍ତୋଳନ ପାଇଁ ଜୀବନକୁ ବାଜି ଲଗାଇଦେଲେ ସାର୍; ବେକେ ପାଣିରେ ନଦୀ ପାର ହୋଇ ପହଁଞ୍ଚିଲେ ସ୍କୁଲରେ

747

କନକ ବ୍ୟୁରୋ:  ସ୍ୱାଧୀନତା ଦିବସ ପାଳନ ପାଇଁ ଜୀବନକୁ ବାଜି ଲଗେଇ ନଦୀ ପାର ହେଲେ ଶିକ୍ଷକ । ଏଭଳି ଅଭାବନୀୟ ଘଟଣା ସାମନାକୁ ଆସିଛି ଫୁଲବାଣୀ ବୁଗୁଡାରୁ । ଗତକାଲି ସ୍ୱାଧୀନତା ଦିବସରେ ସ୍କୁଲରେ ଠିକ ସମୟରେ  ପତାକା ଉତ୍ତୋଳନ କରିବାର ଥିଲା । ଏଥିପାଇଁ ବଗାଡି ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଲାଲୁ ମାଲିକ ବଗାଡି ନଦୀ ଭିତରେ ଜୀବନକୁ ବାଜି ଲଗାଇ ନଦୀ ପାର ହୋଇ ସ୍କୁଲ ଯାଇଥିଲେ ।

ନଦୀରେ ୫ ଫୁଟର ପାଣି ଥିବାରୁ ଲୁହା ତାର ଧରି ନଦୀ ପାର ହୋଇଥିଲେ ଶିକ୍ଷକ ଜଣକ ।  ବଗାଡି ନଦୀରେ ପାଣି ଆସିଲେ, ଗାଁ ଲୋକେ ନଦୀ ଏପାରିରୁ ସେ ପାରିକୁ ଏକ ଟଣାଯାଇଥିବା ଲୁହା ତାରକୁ ଧରି ନଦୀ ପାର ହୋଇଥାନ୍ତି । ବଗାଡି ଗାଁରେ ୧୦୦ରୁ ଅଧିକ ରହୁଥିବାରୁ ଯାତାୟାତ ପାଇଁ ତାଙ୍କୁ ଏଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ବର୍ଷର ୩ ମାସ ଛାଡି ଅନ୍ୟ ଦିନ ମାନଙ୍କର ନଦୀ ପାର ହୋଇଯାଇଥାନ୍ତି ଲୋକେ ।