ଭୋଗରାଇ ମନ୍ଦିରରେ ସିରିଜ ଲୁଟ । ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ଠାକୁରଙ୍କ ଆସବାପତ୍ର ଲୁଟ ।

41

କନକବ୍ୟୁରୋ :ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ବିଭିନ୍ନ ମନ୍ଦିରରୁ ସିରିଜ୍ ଲୁଟ୍ ହୋଇଛି । ମନ୍ଦିରର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ଠାକୁରଙ୍କ ଆସବାପତ୍ର ଲୁଟି ନେଇଛନ୍ତି ଲୁଟେରା । ଏହାସହ ଠାକୁରାଣୀଙ୍କ ବସ୍ତ୍ର ଖୋଲି ଦେଇଥିବା ଦେଖିବାକୁ ମିଳିଛି ।

କଖଡା ପଂଚାୟତର ତଲାଡୀ ଗ୍ରାମର ମା ମଙ୍ଗଳା ମନ୍ଦିର, ରାଧାକୃଷ୍ଣ ମନ୍ଦିର ସହ ଝାଡସିମୁଳିଆ ଗ୍ରାମର ଖରାଖାଈ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର, ଆସବାବପତ୍ର ସମେତ ଦାନ ହୁଣ୍ତିରୁ ନଗଦ ଟଙ୍କା ଲୁଟ ହୋଇଛି । ଆନୁମାନିକ ଦୁଇ ଲକ୍ଷ ଟଙ୍କାର ଅଳଙ୍କାର ଚୋରି ହୋଇଥିବା କୁହାଯାଇଛି ।