ମୁଠାଏ ଚାଉଳ ପାଇଁ ୨୫ କିଲୋମିଟର ଚାଲିଲେ ବୃଦ୍ଧା । ବାହାନା ଦେଖାଇ ଚାଉଳ ଦେବାକୁ ମନା କରୁଥିଲେ ଅଧିକାରୀ, ଶେଷରେ ପ୍ରଶାସନ ଶୁଣିଲା ଦୁଃଖ ।

ଖବର ଅନୁସାରେ, ନୂଆପଡା ଜିଲ୍ଲା ସଦର ବ୍ଲକ ମୋଟା ନୂଆପଡା ପଂଚାୟତ କୁକୁରୀମୁଣ୍ଡି ଗାଁର ଚମ୍ପାବାଇ ଲୋହାର ରାସନ କାର୍ଡରେ ଚାଉଳ ପାଉଥିଲେ । କିନ୍ତୁ ପରେ ଏହା ମିଳିନଥିଲା ।

199

କନକ ବ୍ୟୁରୋ: ମୁଠାଏ ଚାଉଳ ପାଇଁ ୭୦ ବର୍ଷିୟା ବୃଦ୍ଧା ଚାଲିଲେ ୨୫ କିଲୋମିଟର । ଏଭଳି ଘଟଣା ସାମ୍ନାକୁ ଆସିଛି ନୂଆପଡା ଜିଲ୍ଲାରୁ । ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବୃଦ୍ଧାଙ୍କୁ ରାସନକାର୍ଡ ଯୋଗାଇଦିଆଯାଇଛି । ଖବର ଅନୁସାରେ, ନୂଆପଡା ଜିଲ୍ଲା ସଦର ବ୍ଲକ ମୋଟା ନୂଆପଡା ପଂଚାୟତ କୁକୁରୀମୁଣ୍ଡି ଗାଁର ଚମ୍ପାବାଇ ଲୋହାର ରାସନ କାର୍ଡରେ ଚାଉଳ ପାଉଥିଲେ । କିନ୍ତୁ ପରେ ଏହା ମିଳିନଥିଲା । ଚାଉଳ ପାଇଁ ସେ ସଂରପଚ ଓ ପଂଚାୟତ ସିଇଓଙ୍କୁ ଜଣାଇଥିଲେ ବି କେହି ଶୁଣିନଥିଲେ ।

ଶେଷରେ ଭୋକ ଉପାସରେ ଚମ୍ପାବାଇ ରାସନ କାର୍ଡ ଧରି ଜିଲ୍ଲାପାଳଙ୍କ ଅଫିସକୁ ଆସିଥିଲେ । ଏହି ସମୟରେ ଜିଲ୍ଲାପାଳ ଅନୁପସ୍ଥିତ ଥିଲେ । ଜିଲ୍ଲାପାଳଙ୍କୁ ଭେଟି ନପାରି ସେ ନିରାଶ ହୋଇଥିଲେ । ଏ ନେଇ ଗଣମାଧ୍ୟମରେ ଖବର ପ୍ର୍ସାରିତ ହେବା ପରେ ପଦକ୍ଷେପ ନେଇଛି ପ୍ରଶାସନ । ଚମ୍ପାବାଇଙ୍କୁ ରାସନ କାର୍ଡ ଦିଆଯାଇଛି । ଏହି କାର୍ଡରେ ସେ ୩୫ କିଲୋ ଚାଉଳ ପାଇବେ । ପୂର୍ବରୁ ଯେତେ ମାସର ଚାଉଳ ପାଇନାହାନ୍ତି, ସେହି ଚାଉଳକୁ ତୁରନ୍ତ ପ୍ରଦାନ କରିବାକୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।