କୁଏତରେ ଭୟାନକ ଅଗ୍ନିକାଣ୍ଡ, ୪୧ଲୋକଙ୍କ ମୃତ୍ୟୁ

390

କନକବ୍ୟୁରୋ-କୁଏତରେ ଭୟାନକ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡ ରେ ୪୧ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ଥିତି ଗମ୍ଭୀର ରହିଛି । କୁଏତ କୋଠାରେ ଭାରତୀୟ କର୍ମଚାରୀ ମଧ୍ୟ କାମ କରିବା ସହ ବିଭିନ୍ନ କର୍ମଚାରୀ କାମ କରୁଥିଲେ । କୁଏତରେ ଶ୍ରମିକ ଆବାସରେ ରହିଥିବା ଏହି କର୍ମଚାରୀ ମାନଙ୍କ ମଧ୍ୟରୁ ୪୧ ଲୋକଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି ଏଥିସହ ଅଧିକାରୀ ମାନଙ୍କ କହିବା ଅନୁଯାୟୀ ବୁଧବାର ଦିନ ୧୬୦ ଲୋକ କାମ କରିବା ସହ ପୁରା ଗୋଟିଏ କମ୍ଫାନୀ ର ଲୋକ ସେଠାରେ କାମ କରୁଥିଲେ । ସେଠିକାର ଜଣେ ଭାରତୀୟ କର୍ମଚାରୀ ଏକ୍ସରେ ଲେଖିଛନ୍ତି ଏହା ଭାରତୀୟ କର୍ମଚାରୀ ଙ୍କ ପାଇଁ କୁଏତରେ ଏକ ଦୁଖଦ ଘଟଣା ଘଟିଛି । ଯାହା କେବେ ବି କୈାଣସି ଭାରତୀୟ ଭୁଲିପାରିବ ନାହିଁ । ଏଥିସହ କୁଏତ ଅଧିକାରୀ ହେଲପଲାଇନ ନମ୍ବର ମଧ୍ୟ ଜାରି କରିଛନ୍ତି ।