ଆଫଗାନିସ୍ତାନରେ ବଢୁଛି ସଙ୍କଟ । କାବୁଲଠାରୁ ୫୦ କିଲୋମିଟର ଦୂରରେ ତାଲିବାନ, ଭୟରେ ଘର ଛାଡୁଛନ୍ତି ଲୋକେ

325

କନକ ବ୍ୟୁରୋ : ଆଫଗାନିସ୍ତାନରେ ବିଗିଡିବାରେ ଲାଗିଛି ସ୍ଥିତି । ତାଲିବାନ ବିଦ୍ରୋହୀ ଦେଶର ଅଧାରୁ ଅଧିକ ସ୍ଥାନକୁ କବଜା କରିସାରିଲେଣି । ଏବେ ସେମାନେ ଦେଶର ରାଜଧାନୀ କାବୁଲମୁହାଁ ହୋଇଛନ୍ତି । କାବୁଲଠାରୁ ୫୦ କିଲୋମିଟର ଦୂରରେ ଅଛନ୍ତି ତାଲିବାନ । ଶୁକ୍ରବାରଦିନ ତାଲିବାନ ଆଉ ୪ଟି ରାଜ୍ୟର ରାଜଧାନୀକୁ ନିଜ କବଜାକୁ ନେଇଛନ୍ତି । ଫଳରେ ପୁରା ଦକ୍ଷିଣ ଆଫଗାନିସ୍ତାନ ତାଲିବାନ କବଜାକୁ ଆସିଯାଇଛି ।
ସେପଟେ ଆଫଗାନିସ୍ତାନର ଉପରାଷ୍ଟ୍ରପତି କହିଛନ୍ତି, ଶେଷ ଯାଏଁ ଲଢିବୁ । ସେପଟେ ତାଲିବାନ ଭୟରେ ଲୋଙ୍କଙ୍କ ପଳାୟନ ଜାରି ରହିଛି । ଆଫଗାନିସ୍ତାନରେ ତାଲିବାନ ଏକ ଦମନକାରୀ ସରକାର ପ୍ରତିଷ୍ଠା କରିବାକୁ ଉଦ୍ୟମ କରୁଥିବାରୁ ସେଠାକାର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ଆମେରିକାୟ ୟୁରୋପ ଓ ଏସିଆ ମହାଦେଶର ଅନେକ ଦେଶ ତାଲିବାନ ସରକାରକୁ ସ୍ୱୀକୃତି ଦେବେ ନାହିଁ ବୋଲି ସିଧାସଳଖ କହିସାରିଛନ୍ତି । ଡେନମାର୍କ ଓ ଜର୍ମାନୀ କାବୁଲରେ ଥିବା ଦୂତାବାସକୁ ଅସ୍ଥାୟୀ ଭାବେ ବନ୍ଦ କରିଦେଇଛନ୍ତି ।