ଯେତେ ଗୁମ୍ଫା ସେତେ କାହାଣୀ! କ୍ୟାମେରାରେ କଏଦ ହେଲା ଖଣ୍ଡଗିରିର ରହସ୍ୟମୟ ଚେମେଣି ଗୁମ୍ଫା

174

କନକ ବ୍ୟୁରୋ : ଖଣ୍ଡଗିରିରେ ଥିବା ଗୁମ୍ଫା ସଂପର୍କରେ ଆପଣ ଅଳ୍ପେ ବହୁତେ ଜାଣିଥିବେ । ତେବେ ସେଠାରେ ଥିବା ଅନେକ ଗୁମ୍ଫାର ରହସ୍ୟ ଆଜି ପର୍ଯ୍ୟନ୍ତ ବି ଖୋଲି ପାରିନାହିଁ । ମାଘ ସପ୍ତମୀ କୁମ୍ଭମେଳା ଅବସରରେ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ସାଧୁ ସନ୍ଥ ଏହି ସ୍ଥାନକୁ ଆସିଥାନ୍ତି । ବିଶ୍ୱାସ ରହିଛି, ଏହିସବୁ ଗୁମ୍ଫାରେ ସାଧନା କଲେ ସିଦ୍ଧି ମିଳିଥାଏ । ଆହୁରି ଅନେକ କିମ୍ବଦନ୍ତୀ ଓ ଲୋକକଥା ମଧ୍ୟ ଏହି ସ୍ଥାନରେ ଯୋଡି ହୋଇରହିଛି । ଏମିତି କିଛି ଗୁମ୍ଫାର ସତ୍ୟାସତ୍ୟ ଜାଣିବା ପାଇଁ କନକ ନ୍ୟୁଜ ଆରମ୍ଭ କରିଥିଲା ଅଭିଯାନ । ଗୁପ୍ତ ଗଙ୍ଗା, ଆକାଶ ଗଙ୍ଗା ଏବଂ କାଳି ଗୁମ୍ଫାର ରହସ୍ୟ ଜାଣିବା ପରେ ଉକ୍ରଣ୍ଠା ବଢିଯାଇଥିଲା । ଏପରି ସ୍ଥାନ ପ୍ରଥମ ଥର ପାଇଁ ଲୋକଲୋଚନକୁ ଆସିଥିଲା । ଏହା ପରେ ଚେମେଣି ଗୁମ୍ଫା ନିକଟରେ ପହଁଚିଥିଲା କନକ ନ୍ୟୁଜ୍ । ଯୁଆଡେ ଚାହିଁବ ସେହିଆଡେ ଦେଖିବାକୁ ମିଳିବ ମାଳ ମାଳ ଚେମେଣିଆ ।

ପୁଣି ସାମ୍ନାକୁ ଆସିଲା ଖଣ୍ଡଗିରିର ଆଉ ଏକ ରହସ୍ୟମୟୀ ଗୁମ୍ଫା । ଆଉ ଏହି ରହସ୍ୟମୟୀ ଗୁମ୍ପାରେ ଘୂରି ବୁଲୁଛନ୍ତି ଶହ ଶହ ଚେମେଣି ପକ୍ଷୀ । ଏହି ଗୁମ୍ଫାର ଅସ୍ତିତ୍ୱ ପୁରାଣ ଶାସ୍ତ୍ରରେ ବର୍ଣ୍ଣିତ ଥିବା ବେଳେ, ସେଠାରେ ପୂଜା ପାଠ କଲେ ସିଦ୍ଧି ପ୍ରାପ୍ତ ହୁଏ ବୋଲି ବିଶ୍ୱାସ ରହିଛି । ତେବେ ଏହି ବିଷୟରେ ଅଧିକ ଜାଣିବା ପାଇଁ ଆମ ଟିମ୍ ପହଞ୍ଚିଥିଲା ଖଣ୍ଡଗିରିରେ । ଗୁମ୍ଫାରେ ପଶିବା ଯେତିକି ଡର ଲାଗୁଥାଏ ସେତିକି ଉକ୍ରଣ୍ଠା ମଧ୍ୟ ବଢୁଥାଏ । ତେବେ ଗୁମ୍ପାରେ ପାଦ ଦେବା ପରେ ଏହାର ଭୟାନକ ପରିବେଶ ଲୋମ ଟାଙ୍କୁରି ଉଠିଥିଲା । କାରଣ ଗୁମ୍ଫା ଭିତରେ ହଜାର ହଜାର ସଂଖ୍ୟାରେ ଚେମେଣୀ ପକ୍ଷୀ ଘୂରି ବୁଲୁଥିଲୋ ଚେମେଣୀଙ୍କ କିଚିରି ମିଚିରି ସ୍ୱରରେ ଗୁମ୍ଫା ଭିତରେ ଏକ ଭୟାନକ ପରିବେଶ ସୃଷ୍ଟି ହେଊଥିଲା ।

ଏହାଛଡା ଏହି ଗୁମ୍ଫା ଭିତରେ ଅନେକ ସୁଡଙ୍ଗ ରହିଛି ବୋଲି କୁହାଯାଏ । ଏହି କେଉଁଠୁ କେଉର୍ଁଠିକୁ ଯାଇଛି ତାହା କେହି ଜାଣନ୍ତି ନାହିଁ । ତେବେ ଗୁମ୍ଫାରେ ପହଞ୍ଚିବା ପରେ ସାଧୁ ସନ୍ୟାସୀ ମାନେ ପୂଜାପାଠ ଆରମ୍ଭ କରିଥିଲେ । ସାଧୁସନ୍ଥଙ୍କ କହିବା ଅନୁସାରେ ଏହି ଗୁମ୍ଫାରେ ମହାପୁୂରୁଷ ଅଚ୍ୟୁତାନନ୍ଦ ତପସ୍ୟା କରି ସିଦ୍ଧିି ପ୍ରାପ୍ତ କରିଥିଲେ । ତେଣୁ ସେମାନେ ମଧ୍ୟ ସିଦ୍ଧିପ୍ରାପ୍ତ ପାଇଁ ଗୁମ୍ଫାରେ ପୂଜା ପାଠ କରିଥାନ୍ତି । ପୂଜାପାଠ ଶେଷ ହେବା ପରେ ଗୁମ୍ଫା ଭିତରେ କିଛି ସମୟ ବାଟବଣା ହୋଇଯାଇଥିଲା ଆମ ଟିମ୍ । ପରେ ସାଧୁସନ୍ଥଙ୍କ ସାହାର୍ଯ୍ୟରେ ବାହାରକୁ ଆସିବା ପାଇଁ ଏକ ସୁଡଙ୍ଗ ବାଟ ମିଳିଥିଲା । ଖଣ୍ଟଗିରିରେ ଏଭଳି ଅନେକ ଗୁମ୍ଫା ରହିଛି ବୋଲି କିଛି ସାଧୁ ସନ୍ଥ ମତ ଦିଅନ୍ତି ।